ଗୋପବନ୍ଧୁଙ୍କ ମହା ପ୍ରୟାଣ ଦିବସରେ ଶ୍ରଦ୍ଧାସୁମନ ଅର୍ପଣ ।

0 187

ଯାଜପୁର,୦୯/୦୭(ପିପିଟି) : ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ପବିତ୍ର ମହା ପ୍ରୟାଣ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଚ୍ଥି । ଚଳିତ ବର୍ଷ ଜୁଲାଇ ୯ ତାରିଖ ଶୁକ୍ରବାର ପବିତ୍ର ନେତ୍ରୋତ୍ସବ ଅବସରରେ ଯାଜପୁର ସହର ସ୍ଥିତ ବୈଷ୍ଣବ ଉଚ୍ଚ ବିଦ୍ୟାଳୟ ପରିସରରେ ଗୋପବନ୍ଧୁଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ କରାଯାଇଥିଲା । ଗୋପବନ୍ଧୁ ଓଡିଆ ଜାତିର ଅସ୍ମିତାର ପ୍ରତୀକ । ଦରଦୀ ଓ ଦରିଦ୍ରର ବନ୍ଧୁ ଭାବେ ଓଡିଶାର ଘରେ ଘରେ ଗୋପବନ୍ଧୁ ପରିଚିତ । ସ୍ୱାଧୀନତା ସଂଗ୍ରାମ ଆନ୍ଦେଳନରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ । କୋଭିଡ ନିୟମ ଆଧାରରେ ସମାଜ ସେବୀ ନିଶିଥ ଦାସଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ , ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ, ପ୍ରମେୟ ସମ୍ୱାଦ ପତ୍ରର ଉପ ମହା ପ୍ରବନ୍ଧକ ପୂର୍ଣ୍ଣ ଚନ୍ଦ୍ର ଦେଓ, ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ଆନନ୍ଦ ଚନ୍ଦ୍ର ସାହୁ , ବୈଷ୍ଣବ ଦ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୂପମା ମହାନ୍ତି, ଗଣମାଧ୍ୟମ ପ୍ରତିନିଧି ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.