ଗୋଟେ ପଟେ ମନ୍ଦିର ନିର୍ମାଣ ଏବଂ ଅନ୍ୟ ପଟେ ପାର୍କ ତିଆରି ପାଇଁ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ।

0 2,737

ଦିଗପହଣ୍ଡି,୨୦/୦୮(ପିପିଟି); ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ଥାନୀୟ ହରିଜନ ସାହିର ବାସିନ୍ଦା ଏବଂ କଲେଜ ଛକ ସାହିର ବାସିନ୍ଦାଙ୍କ ମଧ୍ୟେ ଗୋଷ୍ଠୀ ସଂଘର୍ଷ ହୋଇଥିବା ପରିଲକ୍ଷିତ ହେଉଛି । ସୂଚନା ମୁତାବକ ଭିଷ୍ମଗିରି କଲେଜ ପାଖରେ ଏକ ସରକାରୀ ଜମିଟି ବହୁତ ଦିନ ହେଲା କୌଣସି କାର୍ଯ୍ୟରେ ବିନିଯୋଗ ହୋଇପାରୁନି । ସେଠିକାର ସ୍ଥାନୀୟ ସରପଞ୍ଚ ଏକ ପାର୍କ କରିବାପାଇଁ ଯୋଜନା କରିଥିଲେ । ଆର ଆଇ,ଅମିନ ଆସି ଜମିଟିକୁ ମାପ ଜୁପ କରି ମଧ୍ୟ ଯାଇଥିଲେ । ହେଲେ ସ୍ଥାନୀୟ ହରିଜନ ସାହି ବାସିନ୍ଦା ଏହାକୁ ବିରୋଦ୍ଧ କରି ସେଠି ଏକ ମନ୍ଦିର ନିର୍ମାଣ କରିବାକୁ ଇଛୁକ ଥିଲେ । ବହୁତ ଦିନ ହେବ ସେମାନଙ୍କ ଘରଇଷ୍ଟ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରଟି ଭଗ୍ନ ଅବସ୍ଥାରେ ଥିଲା । ଆଜି ଭୋର ଭୋର ସ୍ଥାନୀୟ ଲୋକେ ବାଦ୍ୟ ବାଜଣା କରି ମାଁ ଙ୍କୁ ସେହି ଜମିରେ ଏକ ଛୋଟ କୁଡିଆଟି କରି ସ୍ଥାପନା କରି ପୂଜା ପାଠ କରିଥିଲେ । ସ୍ଥାନୀୟ ସରପଞ୍ଚ ଏ କଥା ଶୁଣି କିଛି ଲୋକ ମାନଙ୍କ ସହିତ ହରିଜନ ସାହିକୁ ଯାଇ ଲୋକ ମାନଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ସାହି ବାସିନ୍ଦା ଏହାକୁ ମାନିନଥିଲେ । ଦୁଇ ଗୋଷ୍ଠି କଥା କଟାକଟି ହେବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିଲା । ଫଳରେ ଦୁହେଁ ଗୋଷ୍ଠି ପରସ୍ପରକୁ ଠେଙ୍ଗାରେ ଆକ୍ରମଣ କରିଥିଲେ । ଖବର ପାଇ ଦିଗପହଣ୍ଡି ଥାନା ଅଧିକାରୀ ବସନ୍ତ ସେଠି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଆକ୍ରମଣରେ ଦୁଇ ଗୋଷ୍ଠିର କିଛି ଲୋକ ଆହତ ହୋଇଛନ୍ତି । ଏ ପର୍ଯ୍ୟନ୍ତ ଦୁଇ ଗୋଷ୍ଠି ମଧ୍ୟରୁ କେହି ବି ଥାନାରେ ମାମଲା ରୁଜୁ କରିନଥିବା ଖବର ମିଳିଛି । ଦୁଇ ଗୋଷ୍ଠି ମଧ୍ୟରୁ ଜଣେ ଲେଖାଏଁ ଲୋକକୁ ଥାନାକୁ ଅଣାଯାଇଛି । ଗ୍ରାମରେ ଏବେ ୧୪୪ ଧାରା ଲାଗୁ କରାଯାଇଥିବା ସୂଚନା ମିଳିଛି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.