ଗୋଟିଏ ପରିବାରର ୨ଝିଅଙ୍କ ମୃତ୍ୟୁ କୁ ନେଇ କାରଣ ଅସ୍ପଷ୍ଟ ।

0 759

ଭଞ୍ଜନଗର,୦୭/୦୭(ପିପିଟି); ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ନୂଆଗଡ଼ ପୁଷ୍ପ ନଗର ଗ୍ରାମର ସୁଧାଂଶୁ ପାତ୍ରଙ୍କ ଦୁଇ ଝିଅଙ୍କର ଅକାଳରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ କଳ୍ପନା ଜଳ୍ପନା ଲାଗିରହିଛି। ଗତକାଲି ରାତିରେ ପରିବାରର ସମସ୍ତେ ଖାଇ ପିଇ ଶୋଇଥିଲେ ହେଲେ ଆଜି ସକାଳ ୫ଟା ସମୟରେ ସୁଧାଂଶୁଙ୍କ ୨ଝିଅ ଜଣେ ୧୦ବର୍ଷ ଓ ଅନ୍ୟ ଜଣେ ୬ବର୍ଷର ହଠାତ୍ ଚିତ୍କାର କରି ଉଠିଥିଲେ। ଏହା ଶୁଣି ସୁଧାଂଶୁଙ୍କ ପତ୍ନୀ ଆସି ଝିଅମାନଙ୍କ ଅବସ୍ଥା ପଚାରି ବୁଝିଥିଲେ।ହେଲେ ୨ଝିଅ ନିଜ ଗଳା ଓ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିବା ଜଣାଇବା ପରେ ସୁଧାଂଶୁ ଦେଶୀ ଚିକିତ୍ସା ତଥା ଝାଡ ଫୁଙ୍କ ଓ ଘରୋଇ ଉପଚାର କରିଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଭଞ୍ଜନଗର ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଆଣିଥିଲେ ହେଲେ ଏଠାରେ ଡାକ୍ତର ଉଭୟ ଝିଅଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳେଇଥିବା ଜଣାପଡ଼ିଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.