ଗୋକର୍ଣ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟରେ ସଚେତନ କାର୍ଯ୍ୟକ୍ରମ ।

0 265

ଦିଗପହଣ୍ଡି,୦୭/୦୮; ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ କରୋନାକୁ ନେଇ ଚାଲିଥିବା ସଚେତନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡ଼ିଓ ହଳଧର ଶବର ଯୋଗ ଦେଇଥିବା ଜଣାପଡିଛି । ପୂର୍ବତନ ସରପଞ୍ଚ ଅସିତ କୁମାର ସାହୁଙ୍କ ନେତୃତ୍ୱରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ବିଡ଼ିଓ ଶ୍ରୀ ଶବର ଯୋଗଦେଇ ବର୍ତ୍ତମାନ କରୋନାର ସଫଳ ମୁକାବିଲା ନିମନ୍ତେ ଉପସ୍ଥିତ ଅଙ୍ଗନୱାଡ଼ି , ଆଶାକର୍ମୀ ଓ ଏଏନଏମ ମାନଙ୍କୁ ଏଭଳି ବିପର୍ଯ୍ୟୟ ସମୟରେ ପ୍ରଥମେ ନିଜେ ସଚେତନ ରହି ଲୋକମାନଙ୍କୁ ସରକାରଙ୍କ ନିୟମକୁ ମାନି ଚଳିବା , ହାତ ବାରମ୍ବାର ସଫା ରଖିବା , ମାସ୍କ ପରିଧାନ , ସାନିଟାଇଜର କରିବା , ସାମାଜିକ ଦୁରତ୍ଵ ରକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଗିଲି ସାହୁ ସମେତ କନିଷ୍ଠ ଯନ୍ତ୍ରୀ ରମେଶ ସାହୁ ଓ ନିୟୋଜିତ କର୍ମଚାରୀ ଉପସ୍ଥିତ ଥିଲେ । ଦିଗପହଣ୍ଡି : ( ସାଇଦୀପୁ ପୂଜାରୀ )

Leave A Reply

Your email address will not be published.