ଗୁଡିପଲ୍ଲୀ ଗ୍ରାମରେ ମାସ୍କ ବାଣ୍ଟିଲେ ସ୍ବୟଂ ସହାୟକ ଗୋଷ୍ଠୀ ।

0 170

ବୁଗୁଡା,(ପିପିଟି ନ୍ଯୁଜ୍)୧୧/୦୪-ବୁଗୁଡା ବ୍ଲକ ଅନ୍ତର୍ଗତ ଗୁଡ଼ିପଲ୍ଲୀ ଗ୍ରାମର ମାଆ ଭଗବତୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ସଞ୍ଚିତ ଅର୍ଥରୁ ମାସ୍କ ତିଆରି କରି ଗ୍ରାମର ଘର ଘର ବୁଲି ବାଣ୍ଟିବା ସହ ଲୋକଙ୍କୁ ଘରୁ ନବହାରିବା , ସାବୁନରେ ହାତକୁ ଭଲ ଭାବେ ଧୋଇବା ଥଣ୍ଡା କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସଚେତନ କରାଇଥିଲେ । ଏଥିରେ ସଭାପତି ଲତା ବିଶ୍ୱାଳ, ସମ୍ପାଦିକା ରଜନୀ ରାଣୀ ଦାସଙ୍କ ସମତେ ସମସ୍ତ ଏଗାର ଜଣ ସଦସ୍ୟ ଉପସ୍ଥିତ ଥିଲେ । ମହିଳାଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳ ବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.