ଗାଙ୍ଗପୁର ନାଏବ ସରପଞ୍ଚଙ୍କ ସ୍ଵାମୀ ହୃଦଘାତରେ ମୃତ୍ୟୁ ।

0 384

ବେଲଗୁଣ୍ଠା ୨୯/୦୬(ପିପିଟି);ଗାଙ୍ଗାପୁର ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡି ଗ୍ରାମର ବଳରାମ ସ୍ବାଇଁ ୩୭ ଙ୍କ ଆଜି ଦିନ ୧୧ ଘଣ୍ଟ ସମୟରେ ହୁଦ୍ ଘାତରେ  ମୃତ୍ୟୁ ଘଟିଛି । ମୃତ ବଳରାମ ଗାଙ୍ଗପୁର ପଞ୍ଚାୟତ ନାଏବ ସରପଞ୍ଚ ଭାରତୀ ସ୍ବାଇଁଙ୍କ ସ୍ଵାମୀ । ସେ କିଛି ଦିନ ହେବ ଜ୍ଜର ଓ ଥଣ୍ଡା ରୋଗରେ ଆକ୍ରାନ୍ତ ଥିଲେ । ଆଜି ତାଙ୍କ ସ୍ଵାସ୍ଥ୍ଯରେ ଅବନତି ଘଟିବାରୁ ପରିବାର ଲୋକେ ଭଞ୍ଜନଗର ମେଡିକାଲକୁ ନେଇଥିଲେ ଡାକ୍ତର ସେଠାରେ ବଳିଆକୁ ମୃତ ଘୋଷଣା କରିଥିଲେ । ସେଠାରେ ଶବ ବ୍ଯେବଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରିଥିଲେ ଶବ ନିଜ ଗ୍ରାମ କୁମୁଣ୍ଡିରେ ପହଞ୍ଚିବା ପରେ ଏକା ଶୋକାକୁଳ ପରିବେଶରେ ଗାଁ ଶ୍ମସାନରେ ଶେଷକୃତ୍ଯ ସମ୍ପୂର୍ଣ୍ଣ ହୋଇଥିଲା । ବଳିଆର ମୃତ ଖବର ପ୍ରଚାରିତ ହେଵା ପରେ ସରପଞ୍ଚ ସୁରେନ୍ଦ୍ର ଡାକୁଆଙ୍କ ସମେତ ବହୁ ମାନ୍ୟ ଗଣ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.