ଗାଙ୍ଗପୁର ଅଞ୍ଚଳରୁ ଅଢ଼େଇ ହଜାରରୁ ଉର୍ଦ୍ଧ୍ବ ଖଇନି ପ୍ୟାକେଟ ଜବତ ।

0 333

ଭଞ୍ଜନଗର,(ପିପିଟି ନ୍ଯୁଜ୍)୦୫/୦୬,ଗାଙ୍ଗାପୁର ଥାନା ଅଞ୍ଚଳର ବାଲି ସାହି ଓ ବାଘୁଆ ପଲ୍ଲୀ ଠାରେ ଥିବା ୨ଟି କାରଖାନାରୁ ପୋଲିସ ଆଜି ବିପୁଳ ପରିମାଣରେ ଖଇନି ଓ ଖଇନି ପ୍ରସ୍ତୁତ ସାମଗ୍ରୀ ଧୂଆଁପତ୍ର, ଚୂନ ଏବଂ ଅନ୍ୟାନ୍ୟ ସରଞ୍ଜାମ ଜବତ କରିଛି।କୋଭିଡ-୧୯ ସକାଶେ ସମସ୍ତ ନିଶା ଓ ମାଦକ ଦ୍ରବ୍ୟ ଉପରେ ସରକାର କଟକଣା ଲାଗେଇଥିବା ବେଳେ ଏହି ନିୟମ ଉଲଂଘନ କରି ସେଠାରେ ନିଶା ଦ୍ରବ୍ୟ ପ୍ରସ୍ତୁତ ହେଉଥିବା ଖବର ପାଇ ଭଞ୍ଜନଗର ଏସ.ଡି.ପି.ଓ ଶୁଭ୍ରାଂଶୁ ଶେଖର ମିଶ୍ରକ ଉପସ୍ଥିତିରେ ଗାଙ୍ଗପୁର ଆଇ.ଆଇ.ସି ଧୀରେଶ କୁମାର ଦାଶ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଚଢ଼ାଉ କରିଥିଲେ। ଏସଂକ୍ରାନ୍ତରେ ଗାଙ୍ଗପୁର ଥାନାରେ ୨ଟି କେଶ ରୁଜୁ କରାଯାଇଛି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.