ଗଲ୍ଓ୍ଵାନ୍ ଶହୀଦଙ୍କ ଉଦ୍ଦେଶ୍ୟରେ କଳାକାର ସଂଘ ପକ୍ଷରୁ ଶୋକସଭା ।

0 390

ବ୍ରହ୍ମପୁର,ତା-୨୩/୦୬(ପିପିଟି);ରାଜ୍ୟର ସର୍ବବୃହତ କଳାକାର ସଂଗଠନ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ଦେଶର ଗଲ୍ଓ୍ଵାନ୍ ସାମରିକ ପୋଷ୍ଟ ନିକଟରେ ଚୀନ୍ ସେନାର ପଶ୍ଚାଦ୍ ଆକ୍ରମଣରେ ସହିଦ ହୋଇଥିବା କୋଡ଼ିଏ ଜଣ ଜୱାନ୍ ଙ୍କ  ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକସଭାର ଆୟୋଜନ ହୋଇଥିଲା । ସଂଘ ସଭାପତି ସୁବାସ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସିଟି ହାଇ ସ୍କୁଲ ରୋଡ ସ୍ଥିତ ମାନସ ଭବନ ସମ୍ମୁଖରେ ଅନୁଷ୍ଠିତ ଏହି ମୁକ୍ତାକାଶ ଶୋକସଭାରେ ଚୀନ୍ ସେନାର ହୀନମନ୍ୟତା ଓ କାପୁରୁଷୋଚିତ ଆକ୍ରମଣ ପ୍ରତି ଦୃଢ଼ ନିନ୍ଦା କରାଯିବ ସହିତ ଚିନ ପ୍ରସ୍ତୁତି ପଦାର୍ଥ ବର୍ଜନ ନିମନ୍ତେ ଦୃଢ଼ ସ୍ଵର ଉତ୍ଥାପିତ ହୋଇଥିଲା । ସଂଘ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ସ୍ଵାଗତ ଭାଷଣ ପରେ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ସହିଦ ଜୱାନଙ୍କ ଅମର ଆତ୍ମାର ସଦ୍ଦଗତି କାମନା ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସଂଘ ପକ୍ଷରୁ ସର୍ବଶ୍ରୀ  ନୀଳମାଧବ ଜେନା, ଭଗବାନ ସାମଲ, ଲକ୍ଷ୍ମୀ ନାରାୟଣ ସାମଲ,ଏସ୍.ଆନନ୍ଦ ରାଓ,ମହେନ୍ଦ୍ର କୁମାର ସାହୁ, ବଳଦେବ ସାହୁ, ସନିଆ ବେହେରା, ଦିଲ୍ଲୀପ କୁମାର ମିଶ୍ର, ଶିବରାମ ସାବତ, କୃଷ୍ଣ ଚନ୍ଦ୍ର ପଣ୍ଡା ପ୍ରମୁଖ ବହୁ ସଦସ୍ୟ ସାମାଜିକ ଦୂରତ୍ବ ରକ୍ଷା ସହ ଉପସ୍ଥିତ ରହି ଶହୀଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ୍ ଅର୍ପଣ କରିଥିଲେ ।ଏହି ଅବସରରେ ପଥଚାରୀ ମାନେ ଏଥିରେ ସମ୍ମିଳିତ ହୋଇ ବନ୍ଦେ ମାତରଂ, ସହିଦ ଜୱାନ ଅମର ରହେ ଆଦି ନରରେ ପରିବେଶକୁ ମୁଖରିତ କରିବା ସହ ଏକ ଦଶାତ୍ମବୋଧର ମାହୋଲ୍ ସୃଷ୍ଟି କବାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସଂଘର କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଓ ସଦସ୍ୟ କୁନୁ ବେହେରା ସହଯୋଗ କରିଥିଲେ ।

Leave A Reply

Your email address will not be published.