ଗରୀବଙ୍କ ପାଇଁ ନାହିଁ ଆବାସ ଯୋଜନା !

0 151

କଳାହାଣ୍ଡି,୧୭/୦୮(ପିପିଟି); ସରକାର ଗରିବ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରଣୟନ କରି ଚାଲିଛନ୍ତି ହେଲେ ଗରିବ ଲୋକଙ୍କ ପ୍ରତି ପ୍ରଶାସନ ଦୃଷ୍ଟି ଗୋଚର ନାହିଁ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ଚୁନଭାଟି ପଡାର ଦୁଇ ପରିବାର ହେଲେ ଲକ୍ଷ୍ମଣ ସୁନାନୀ ଓ ଗିରିଶ ସୁନାନୀ । ଲକ୍ଷ୍ମଣଙ୍କ ପରିବାର କହିଲେ ସ୍ୱାମୀ ଓ ସ୍ତ୍ରୀ ଏବଂ ଗିରିଶ ସୁନାନୀଙ୍କ ପାରିବାର କହିଲେ ସ୍ୱାମୀ ସ୍ତ୍ରୀ ,ଜଣେ ପୁଅ ଓ ଜଣେ ଝିଅ ସରକାରୀ ସହାୟତା କହିଲେ ପଞ୍ଚାୟତରେ ମିଳୁଥିବା ରାସନ ଚାଉଳ ଓ ସ୍ୱଚ୍ଛଭାରତ ମିସନ ରେ ସ୍ୱଚ୍ଛପାଇଖାନା । ଦୁଇ ପରିବାର ଗୋଟିଏ ଗୋଟିଏ ଭଙ୍ଗାଦଦରା ଘରେ ପଲିଥିନ ଢାଙ୍କି ରାହୁଥୁବା ଦେଖିବାକୁ ମିଳୁଛି ବର୍ଷା ଦିନରେ ଆଣ୍ଠୁଏ ପାଣି ଘରରେ ଜମି ରହୁଥିବାରୁ ଚୁଲି ଜଳୁନଥିବାରୁ ଭୋକ ଉପାସରେ ମଧ୍ୟ ଦିନ ବିତାଉ ଥିବା ମେଡିଆ ସାମ୍ନାରେ ମତାମତ ଦେଇଥିଲେ । ପଞ୍ଚାୟତ ଅଫିସ ଓ ବ୍ଲକ ଅଫିସରେ ଅଭିଯୋଗ କଲେ ମଧ୍ୟ ଘର ଖଣ୍ଡିକ ମିଳିବା ତ ଦୂରର କଥା ଏପର୍ଯ୍ୟନ୍ତ କୋଣସି ପ୍ରଶାସନିକ ଅଧିକାରୀଙ୍କ ଦେଖା ନାହିଁ । ତେଣୁ ତୁରନ୍ତ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଦନ୍ତ କରି ଏପରି ଏକ ଜମି ହୀନ ଗରିବ ପରିବାର ଦ୍ୱୟକୁ ଘର ଖଣ୍ଡିକ ଲେଖାଏଁ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି । ରିପୋର୍ଟ – ବବୁଲୁ ସାହୁ ।

Leave A Reply

Your email address will not be published.