ଗରିବ ଝିଅ ମଞ୍ଜୁ ମାଝୀର ଦୁଃଖ ଭରା କାହାଣୀ ।

0 269

କଳାହାଣ୍ଡି,ତା-୨୫/୦୬(ପିପିଟି); କେସିଙ୍ଗା ବ୍ଲକ ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଃଖ ଭରା କାହାଣୀ । ପ୍ରାୟ ୪ ବର୍ଷ ହେଲା ବାପା ଓ ମା ଦୁହେଁ ତାଙ୍କର ପୁଅ ମିତ୍ରସେନ ମାଝୀ ବୟସ ୨୦ ଓ ଝିଅ ମଞ୍ଜୁ ମାଝୀ ବୟସ ୧୬ କୁ ଛାଡି ଚାଲିଯାଇଥିଲେ ଆରପାରିକୁ । ତାପରେ ପରେ ଗତ କିଛି ଦିନ ପରେ ତାଙ୍କର ଭାଇ ମିତ୍ରସେନ ମାଝୀ ମଧ୍ୟ ଭଉଣି ମଞ୍ଜୁ ମାଝୀଙ୍କୁ ଛାଡ଼ିଦେଇ ଆରପାରିକୁ ଚାଲିଗଲେ । ବର୍ତ୍ତମାନ ଏବେ ଭଉଣି ବେସାହାରା ହୋଇ ତାଙ୍କର କାକା ପିତବାସ ମାଝୀଙ୍କ ଘରେ ରହୁଛନ୍ତି। ଦେଖିବାକୁ ମିଳିଛି ସେହି ପରିବାରର ସଦସ୍ୟ ମାନେ ଏକ କୁଲି ମଜୁରିଆ ଖଟିଖିଆ ହୋଇଥିବା ଯେଗୁଁ ସରକାର ସେହି ପରିବାରଙ୍କୁ ସାହାଯ୍ୟ କଲେ ଖୁସି ହେବେ ବୋଲି ଜଣାପଡିଛି। ଏପରି ଏକ ଦୁଃଖଦ ଘଟଣା ଘଟିଛି କେସିଙ୍ଗା ଥାନା ଅନ୍ତର୍ଗତ ଡୁମେରମୁଣ୍ଡା ଗ୍ରାମରେ। ତାଙ୍କ କାକା ଓ ପାଖ ପଡ଼ିଶାଘର ସରପଞ୍ଚ ପାଖକୁ ଯାଇ ତାକୁ ତାଙ୍କର ଦୁଃଖ ଜଣାଇଲେ କିନ୍ତୁ ସରପଞ୍ଚ ସାର୍ଟିଫିକେଟ ଆଣ ବି.ଡି.ଓ ଙ୍କୁ  କୁହ ବୋଲି କହିଥିଲେ । ଦେଖିବାକୁ ଗଲେ ଗ୍ରାମ ପଞ୍ଚାୟତ ମାନଙ୍କରେ ହରିଶ୍ଚନ୍ଦ୍ର ଯୋଜନାରେ ବି  ବଞ୍ଚିତ । ଶବଶତ୍କାର ଓ ଶୁଦ୍ଧକ୍ରିୟା ପାଇଁ ମିଳୁଥିବା ୨୦୦୦ ଟଙ୍କା ମଧ୍ୟ ସେହି ନାବାଳିକା ଏ ପର୍ଯ୍ୟନ୍ତ କୌଣସି ସୁବିଧା ପାଇଁ ନ ଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ରିପୋର୍ଟ -ବବୁଲୁ ସାହୁ ।

Leave A Reply

Your email address will not be published.