ଗରିବ ଚାଷୀ ମାନଙ୍କ ପାଇଁ ସାର ଅଭାବ, ବଡ଼ବଡ଼ିଆ ମାନଙ୍କୁ ସାର ଅତି ସହଜରେ ମିଳିପାରୁଛି ।

0 1,054

ଦିଗପହଣ୍ଡି ,୨୫/୦୮(ପିପିଟି); କରୋନା ମହାମାରୀ ସାଧାରଣ ଜୀବନ ଯାପନ କରୁଥିବା ନିରୀହ ଚାଷୀ ମାନଙ୍କ ଜୀବନ ଜୀବିକା ଛଡାଇ ନେଇଛି । ଳକ୍ ଡାଉନ ଏବଂ ସଟ୍ ଡାଉନ ସମୟରେ ସମ୍ପୂର୍ଣ୍ଣ ଭାବେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବା ପରିଲକ୍ଷିତ ହେଉଛି । ଏବେ ଧାନ ରୁଆ ସମୟ ଚାଲୁଥିବା ବେଳେ ପିଡ଼ିଆ (ସାର୍)ର ଘୋର ଅଭାବ ଦେଖା ଦେଇଛି । ଚାଷୀମାନଙ୍କ ଚିନ୍ତା ଆହୁରି ବଢ଼ିଯାଇଛି । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭିଷ୍ମଗିରି ପଞ୍ଚାୟତରେ ଚାଷୀ ମାନଙ୍କୁ ସାର୍ ମିଳୁନଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଗତ କାଲି ଗ୍ରାମରେ ଥିବା ସୋସାଇଟି କୁ ଚାଷୀ ମାନେ ପିଡ଼ିଆ ଆଣିବାକୁ ଯାଇଥିଲେ ହେଲେ ସେମାନଙ୍କୁ ପିଡ଼ିଆ ମିଳିନଥିଲା ନିରାଶ ହୋଇ ଚାଷୀ ମାନେ ଘରକୁ ଫେରିଆସିଥିଲେ । ହେଲେ ଗ୍ରାମର ବଡ଼ବଡ଼ିଆ ଲୋକ ମାନଙ୍କୁ ପିଡ଼ିଆ ରାତି ଅଧିଆ ମିଳିଯାଉଛି ହେଲେ ଜଣେ ନିରୀହ ଗରିବ ଚାଷୀଟିକୁ କାହିଁକି ପିଡ଼ିଆ ମିଳିଲା ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଗୋଚର କରି ନିରୀହ ଚାଷୀ ମାନଙ୍କୁ ନ୍ୟାୟ ମିଳୁ ବୋଲି ଅନୁରୋଧ କରିଛନ୍ତି । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.