ଗଦାଧର ନା ହାରିଛନ୍ତି,ନା ହରାଇଛନ୍ତି ଇଚ୍ଛା ଶକ୍ତି ।

0 429

ଶେରଗଡ,(ପିପିଟି ନ୍ଯୁଜ୍)୨୦/୦୪-ଗଞ୍ଜାମ ଜିଲ୍ଲା ଶେରଗଡ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ଗଦାଧର ସାହୁଙ୍କ କଥା ଏକ ଦୁର୍ଘଟଣାରେ ଦୁଇ ଗୋଡ ହରାଇ ଦିବ୍ଯାଙ୍ଗ ହୋଇ ମଧ୍ଯ ହରାଇ ନାହାଁନ୍ତି ଇଚ୍ଛା ଶକ୍ତି କି ଅନ୍ୟ ଉପରେ ବୋଝ ନହୋଇ ହୋଇଛନ୍ତି ଅନନ୍ୟ ପ୍ରତିଭାର ଅଧିକାରୀ ।ସେ ଅନେକ ସ୍ଥାନରେ ନିଜର ପ୍ରତିଭା ପ୍ରତିପାଦିତ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଅଧ୍ୟୟନ କରି ଆତ୍ମନିର୍ଭରଶୀଳ ପାଇଁ ନିଜ ଭାଇଙ୍କ ଫାଷ୍ଟଫୁଡ ଦୋକାନରେ ଭାଇଙ୍କୁ ସାହାଯ୍ୟ କରୁଛନ୍ତି ୨୦୦୮ ମସିହାରେ ଅର୍ଥ ପ୍ରତିବନ୍ଧକ ହେତୁ ୧୪ ବର୍ଷ ସମୟରେ ସୁରତରେ ରହୁଥିବା ବଡ ଭାଇଙ୍କ ପାଖକୁ ଗଲା ସମୟରେ ଅସାବଧନତା ହେତୁ ରେଳ ଲାଇନରେ ତାଙ୍କର ଦୁଇଟି ଗୋଡ କଟିଯାଇଥିଲା ରେଳ ଧାରଣରେ ପଡି ରହି ବଞ୍ଚିବାର ଆଶା ଛାଡି ଦେଇଥିଲେ ଏହି ସମୟରେ ରେଳ ବିଭାଗର କିଛି କର୍ମଚାରୀ ତାଙ୍କୁ ମେଡିକାଲ ରେ ଭର୍ତ୍ତି କରାଇଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ ।ବର୍ତ୍ତମାନ ସେ ହୁଇଲ ଚେୟାରରେ ବସି ସୁନ୍ଦର ସ୍ବାସ୍ଥ୍ୟ ପାଇଁ ମିଷ୍ଟର ଓଡିଶା ଜୁନିୟର ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନର ଅଧିକାରୀ ହୋଇଛନ୍ତି ସେ ଦିବ୍ଯାଙ୍ଗ ହୋଇ ମଧ୍ଯ ପରିବାରର ବୋଝ ହୋଇନାହାଁନ୍ତି ଏବଂ ଅନ୍ୟ ଦିବ୍ଯାଙ୍ଗ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.