ଗଣେଶ ପୂଜା ନେଇ ଦ୍ଵନ୍ଦ; କରୋନା ସଙ୍କଟ ଯୋଗୁଁ ସଂକଟରେ ମୂର୍ତ୍ତି କାରିଗର ।

0 254

ଉଲୁଣ୍ଡା, ୧୯/୦୮(ପିପିଟି);ଆଗକୁ ଆସୁଛି ଅଗ୍ରପୂଜ୍ୟ ଗଣପତି ବିଘ୍ନବିନାସନ ବିଘ୍ନରାଜଙ୍କ ଆରାଧନାର ପର୍ବ ।ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ବିଭିନ୍ନ ଗାଁ ଗଣ୍ଡା ସାହି କ୍ଳବ ମାନଙ୍କରେ ଏହି ପୂଜା ଆଡମ୍ବର ସହକାରେ ପାଳିତ ହୋଇଥାଏ ।ତେବେ ଏବର୍ଷ କରୋନା ସଙ୍କଟ ଯୋଗୁଁ ଗଣେଶ ପୂଜା ପୂର୍ବବର୍ଷ ଭଳି ଏବର୍ଷ ହେବ କି ନାହିଁ ସେନେଇ ଆଶଙ୍କା ଦେଖାଦେଇଛି ।ଅନ୍ୟପଟେ କାରିଗରମାନେ ବଡ଼ ବଡ଼ ମୂର୍ତ୍ତି ତିଆରି କରି ଭଲ ଦୁଇ ପଇସା ରୋଜଗାର କରୁଥିବାବେଳେ ଏବର୍ଷ ମୂର୍ତ୍ତି ବିକ୍ରି ନେଇ ଦ୍ଵନ୍ଦରେ ରହିଯାଇଛନ୍ତି କାରିଗରମାନେ ।ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅଞ୍ଚଳର ଅନେକ କାରିଗର ଏବେ ମୂର୍ତି ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇ ସାରି ଥିବାବେଳେ ଏବର୍ଷ ପୂଜା ହେବା ନ ହେବା ନେଇ ଦ୍ଵନ୍ଦରେ ରହିଯାଇଛନ୍ତି । କିଛି କାରିଗର ରୋଜଗାର ଆଶାରେ ନିଜ ଖର୍ଚ୍ଚରେ ମୂର୍ତ୍ତି ତିଆରି କରିଛନ୍ତି ସତ,ହେଲେ ଯଦି ଗଣେଶ ପୂଜା ନ ହୁଏ ତାହେଲେ ବହୁ କ୍ଷତି ସହିବାକୁ ପଡିବ ବୋଲି ଅଧାରେ କାମ ବନ୍ଦ କରିଦେଇଛନ୍ତି ମୂର୍ତ୍ତି କାରିଗର । ସେମାନଙ୍କ କହିବା ଅନୁଯାୟୀ କିଛି ଛୋଟ ମୂର୍ତି ତିଆରି କରି ରଖିଛନ୍ତି,ଆଶା ଅଛି ଯାହାକି ଲୋକ ନେଇ ପୂଜାକରିବେ ବୋଲି କହିଛନ୍ତି କାରିଗର । ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.