ଗଞ୍ଜାମ ଜିଲ୍ଲାରେ ବିଜେଡି ୬୭ ଓ ବିଜେପି ୨ଟି ଜିଲ୍ଲାପରିଷଦ।

0 349

ବ୍ରହ୍ମପୁର,୦୧/୦୩(ପିପିଟି):ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଆସନ ମଧ୍ଯରୁ ବିଜେଡି ୬୭ ଓ ବିଜେପି ୨ଟି ଆସନ ହାତେଇଛନ୍ତି। ବେଲଗୁଣ୍ଠା ବ୍ଲକର ୪୮ ନମ୍ବର ଜୋନ ବିଜେପି ସପକ୍ଷରେ ଯାଇଛି। ବିଜେପି ପ୍ରାର୍ଥୀ ସୁଧିର କୁମାର ଜେନା ୧୦୫୦୦ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ପଞ୍ଚାନନ ନାୟକ ୧୦୦୫୩ ଭୋଟ ପାଇଛନ୍ତି। ପାତ୍ରପୁର ବ୍ଲକର ୩୪ ନମ୍ବର ଜୋନରୁ ବିଜେପି ପ୍ରାର୍ଥୀ ମେଣ୍ଡା କାମାରାଜୁ ୧୧୪୪୬ ଭୋଟ ପାଇ ବିଜୟୀ ହୋଇଛନ୍ତି। ତାଙ୍କର ନିକଟତମ ପ୍ରତିଦ୍ବନ୍ଦି ବିଜେଡି ପ୍ରାର୍ଥୀ ଦୀପକ କୁମାର ଜେନା ୧୦୧୦୨ ଭୋଟ ପାଇଛନ୍ତି। ବିଜେପି ୧୩୪୪ ଭୋଟ ବ୍ୟବଧାନରେ ବିଜୟୀ ହୋଇଛି। ଗଞ୍ଜାମ ଜିଲ୍ଲାର ୨୨ ବ୍ଲକ ମଧ୍ଯରୁ ୨୧ ବିଜେଡି ସପକ୍ଷରେ ଏବଂ ପାତ୍ରପୁର ବ୍ଲକ ବିଜେପି ସପକ୍ଷରେ ଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.