ଗଞ୍ଜାମ ଜିଲ୍ଲାପାଳ କରୋନା ସତର୍କତା ପାଇଁ ଦେଲେ ଉପଦେଶ।

0 561


ପୋଲସରା(ପି.ପି.ଟି.ନ୍ଯୁଜ୍) ୨୦/୦୩/୨୦୨୦ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏଠାରେ କରୋନା ପ୍ରତି ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି। ଶ୍ରୀ କୁଲାଙ୍ଗେ ଆଜି ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆୟୋଜିତ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କ ବୈଠକରେ ଯୋଗ ଦେଇ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା କରୋନା ରୋଗ ଚିକିତ୍ସା ପାଇଁ ଉପଯୁକ୍ତ ଔଷଧ ଆବିଷ୍କାର ହୋଇନାହିଁ। ଏଣୁ କରୋନା ରେ ଆକ୍ରାନ୍ତ ହେବା ଅପେକ୍ଷା ସତର୍କ ରହିବା ସବୁଠାରୁ ଭଲ ବୋଲି କହିଥିଲେ। ବାହାରେ ବିଭିନ୍ନ ଲୋକଙ୍କ ସହିତ ମିଶିବା ଦ୍ୱାରା ବିଶେଷ କରି ଅନ୍ୟ ମାନଙ୍କ ସହିତ ମିଶିବା ଦ୍ୱାରା ଏହି ରୋଗ ବ୍ୟାପିବାର ସମ୍ଭାବନା ଅଧିକ ଥିବାରୁ ନିହାତି ଆବଶ୍ୟକ ନ ହେଲେ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବୀ ସହିତ ଛୁଆ ମାନଙ୍କୁ ପଦାକୁ ନଛାଡି ଘରେ ପଢାପଢି କରିବା ପାଇଁ କହିଥିଲେ। ଆଜିର ଏହି ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ , ବିଜ୍ଞାପିତ ଅଞ୍ଚଳ ପରିଷଦ ର ନିର୍ବାହୀ ଅଧିକାରୀ , ତହସିଲଦାର , ଥାନା ଅଧିକାରୀ , ପଞ୍ଚାୟତ ସମିତି ଅଧ୍ୟକ୍ଷ , ଉପାଧ୍ୟକ୍ଷା , ସମସ୍ତ ସରପଞ୍ଚ ,ସମିତି ସଭ୍ୟ/ସଭ୍ୟା ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ବେଙ୍ଗାଳୁରୁ ରେ ଚାକିରି କରୁଥିବା ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୭ ନମ୍ବର ୱଡ ର ଜଣେ ଯୁବକ ର ଜ୍ୱର ନ    ଛାଡିବାରୁ ଗୁରୁବାର ଠାରୁ ବ୍ରହ୍ମପୁର ଭେଷଜ ମହାବିଦ୍ୟାଳୟ ହସପିଟାଲ ର ଆଇସୋଲେସନ ୱଡ ରେ ରଖାଯାଇଛି। ଏହି ଘଟଣା ଏଠାରେ ପ୍ରଚାରିତ ହୋଇଯିବା ଦ୍ୱାରା ସମଗ୍ର ପୋଲସରା ଅଞ୍ଚଳର ଲୋକମାନେ ଆତଙ୍କିତ ହୋଇ ପଡିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଯୁବକ କରୋନା ରେ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇ ନ ଥିବାରୁ ଲୋକମାନେ ଆଶ୍ୱସ୍ତ ଅଛନ୍ତି । କେରଳ , ତାମିଲନାଡୁ , ଆନ୍ଧ୍ରପ୍ରଦେଶ , ସୁରଟ , ଗୋଆ , ପୁନେ ଏବଂ ମୁମ୍ବାଇ ପ୍ରଭୃତି ଅଞ୍ଚଳରେ ଦାଦନ କୁଲି ଭାବେ କାମ କରୁଥିବା କିଛି ଶ୍ରମିକ ଏହା ମଧ୍ୟରେ ନିଜ ନିଜ ଗ୍ରାମ କୁ ଫେରି ଆସିଥିବା ରୃ ମଧ୍ୟ ସମ୍ପୃକ୍ତ ଅଞ୍ଚଳ ବାସି ଭୟଭୀତ ହୋଇ ପଡିଛନ୍ତି। ଏଣୁ ଗ୍ରାମ ପଞ୍ଚାୟତ ପକ୍ଷରୁ ଏଭଳି ଲୋକ ମାନଙ୍କୁ ଚିହ୍ନଟ କରି ଉପଯୁକ୍ତ ପରିକ୍ଷା ବ୍ୟବସ୍ଥା କରିବା ପାଇଁ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.