ଗଞ୍ଜାମ ଜିଲ୍ଲାପାଳଙ୍କ କୋଭିଡ୍ କେୟାର ପରିଦର୍ଶନ ।

0 599
କୋଦଳା,୦୮/୦୭(ପିପିଟି)  ବୁଧବାର ଦିନ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୂଲ ପଟ୍ଟ୍ଵାରି କୋଦଳା ଏନ୍ଏସି ଗସ୍ତ କରି କଲ୍ୟାଣ ମଣ୍ଡପ ଠାରେ କୋଭିଡ କେୟାର ହୋମ ପରିଦର୍ଶନ କରିବା ସହିତ କମ୍ଯୁନିଟି କୋଭିଡ୍ ମନିଟର ମାନଙ୍କୁ କରୋନା ସମ୍ପର୍କିତ ତାଲିମ ପ୍ରଦାନ କରିଥିଲେ ।ବର୍ତ୍ତମାନର ପରିସ୍ଥିତିରେ ଗଞ୍ଜାମ ଜିଲ୍ଳା ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଯାଉଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଜାଗ୍ରତରେ ରହିବାକୁ ପରାମର୍ଶ ଦେଇଥିଲେ । କୋଭିଡ୍ ମନିଟର ମାନେ ପ୍ରତ୍ୟକ ଦିନ ପ୍ରତ୍ୟକ ସାହି ବୁଲି କାହାରି ଘରେ ଯଦି କୋଭିଡ୍ ଲକ୍ଷ୍ଯଣ ଥିବା ବ୍ୟକ୍ତି ଜଣାପଡନ୍ତି ତାହାହେଲେ ସେହି ବ୍ୟକ୍ତିଙ୍କୁ ମେଡିକାଲ ନେଇ ତାର ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ । ଯଦି ନେଗେଟିଭ ବାହାରେ ତାକୁ ନିଜ ଘରକୁ ଏବଂ  ପଜିଟିଭ ବାହାରିଲେ କମ୍ଯୁନିଟି କୋଭିଡ କେୟାରକୁ ପଠାଇବାକୁ କହିଥିଲେ ।ଉକ୍ତ କମିଟି ଘର ଘର ଯାଇ କରୋନାର ଭୟାବହତା ଉପରେ ଲୋକଙ୍କୁ ବୁଝାଇ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ , ମାସ୍କ ପିନ୍ଧିବା ବାଧ୍ୟତାମୂଳକ କହିବା ସହ ପ୍ରତ୍ୟକ ସମୟରେ ସାବୁନରେ ହାତ ଧୋଇବା , ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱକୁ ବଜାୟ ରଖିବା ନିମନ୍ତେ କହିବା ପାଇଁ ପରାମର୍ଶ ଦେଇଥିଲେ ।  ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଉପସ୍ଥିତିରେ ଏନ୍ଏସି ର କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା କୋଦଳା ର ୧୩ଗୋଟି ୱାର୍ଡରୁ ପ୍ରତ୍ୟକ ୱାର୍ଡ ପାଇଁ ଜଣେ ଲେଖାଏଁ ଅଫିସର , ପୂର୍ବତନ କାଉନସିଲର , ସ୍ଵଛସାଥି , ମହିଳା ଗ୍ରୁପ ମା, ଜଳସାଥି ,ଅଙ୍ଗନୱାଡି କର୍ମୀ , ଏଏନଏମ , ବିଜୁ ଯୁବ ବାହିନୀକର୍ମୀ ଏବଂ ବଣିକ ସଙ୍ଘ କର୍ମୀଙ୍କୁ ନେଇ ଏକ କମ୍ଯୁନିଟି କୋଭିଡ ମନିଟର ଗଠନ ଚିଠା ପ୍ରଦାନ କରିଥିଲେ ।ମନିଟର ମାନଙ୍କ ପାଇଁ ଆସିଥିବା କିଟ୍ ଗ୍ରହଣ କରି ସେମାନେ ବର୍ତ୍ତମାନ ଠାରୁ ସାମାଜିକ କାର୍ଯ୍ୟରେ ଯୋଗଦେଇ କରୋନା ଯୋଦ୍ଧା ଭାବେ ନିଜକୁ ପ୍ରତିପାଦନ କରିବାକୁ ତହସିଲଦାର କହିଥିଲେ ।ଗୁରୁବାର ଠାରୁ ଡକ୍ଟର ଅନନ୍ତ ନାରାୟଣ ପ୍ରହରାଜ , ଡଃ ବନଜା ପଟନାୟକ , ଡଃ ସଞ୍ଜୟ କୁମାର ସାହୁ , ଡଃ ଜୟଦେବ ନାୟକ , ଡଃ ସଂଘମିତ୍ରା ଙ୍କ ସହିତ ଅଙ୍ଗନବାଡି କର୍ମୀ ମିଶି ନିଜ ନିଜ କେନ୍ଦ୍ର ଅଧୀନ ରେ ଥିବା ସାହି ଓ ଘର ବୁଲି ସ୍କ୍ରୀନିଙ୍ଗ ଟେଷ୍ଟ କରିବେ ବୋଲି ଜଣାପଡ଼ିଛି ।  କମ୍ଯୁନିଟି କୋଭିଡ କେୟାରର ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥାରେ ଜିଲ୍ଲାପାଳ ଖୁସିବ୍ଯକ୍ତ କରି ପ୍ରତ୍ୟାବର୍ତ୍ତନ କରିଥିଲେ ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ବଚ୍ଛତା ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡି ,ସ୍ୱପ୍ନ କୁମାର ସାହୁ , ଅଙ୍ଗନୱାଡି କର୍ମୀ , ସ୍ୱଚ୍ଛସାଥି , ବିଜୁଯୁବବାହିନୀ କର୍ମକର୍ତ୍ତା ଓ କିଛି ସ୍ଵେଚ୍ଛାସେବୀ ଉପସ୍ଥିତ ଥିଲେ ।
Leave A Reply

Your email address will not be published.