ବ୍ରହ୍ମପୁର,୨୪/୦୯(ପିପିଟି): ବିଧାୟକ , ମନ୍ତ୍ରୀ, ସାଂସଦଙ୍କ ପରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି କାଟୁ ବ୍ଲକ ଓ ଶେରଗଡ଼ ବ୍ଲକର ବିଦ୍ୟାଳୟ ଗୁଡିକର ରୂପନ୍ତରିକରଣ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିବା ପାଇଁ ଦିନିକିଆ ଗ୍ରସ୍ତରେ ହିଞ୍ଜିଳି ବ୍ଲକ ଗ୍ରସ୍ତ ଥିବାବେଳେ ଅଚାନକ କେନ୍ଦୁଝର ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କ ସମେତ ଜିଲ୍ଲାର ବହୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ସହକାରୀ ଯନ୍ତ୍ରୀ ଶେରଗଡ଼ ବ୍ଲକ ସ୍ଥିତ ମହାତ୍ମା ଗାନ୍ଧୀ ସରକାରୀ ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଥିଲେ ।ସେଠାରେ ଆଧୁନିକ ଓ ଉନ୍ନତ ଧରଣର ପ୍ରକଳ୍ପ ଗୁଡିକ ନିର୍ମାଣ କରାଯାଇଥିବା ଯୋଗୁଁ ପିଡି କେନ୍ଦୁଝର ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଖୁସି ପ୍ରକଟ କରିଥିଲେ ।ସେଠାରେ ଥିବା ସ୍ମାର୍ଟ କ୍ଲାସ ରୁମ, ଇ- ଲାଇବ୍ରେରୀ, ଅତ୍ୟାଧୁନିକ ବିଜ୍ଞାନାଗାର, ଆଦର୍ଶ ଶୌଚାଳୟ ବୁଲି ଦେଖିଥିଲେ । ପରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହ ପ୍ରକଳ୍ପ ନିର୍ଦେଶକ ବିଦ୍ୟାର୍ଥୀ ଓ ପରିଚାଳନା କମିଟିକୁ ନେଇ ସିଧା ସଳଖ କଥାବାର୍ତ୍ତା ହୋଇଥିଲେ। ବିଦ୍ୟାଳୟ ର ରୂପନ୍ତରିକରଣ ପରେ ଅଭିଭାବକ ମାନେ ତାଙ୍କର ପିଲାମାନଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢିବାପାଇଁ ଆଗ୍ରହୀ ହେଉଛନ୍ତି କି ଏବଂ ଆପଣମାନେ ଆଶାବାନ୍ ହୋଇପାରିଛନ୍ତି କି, ଯେ ଏହି ବର୍ଷ ଠାରୁ ଅଧିକ ସଂଖ୍ୟକ ଛାତ୍ର ଛାତ୍ରୀ ସରକାରୀ ବିଦ୍ୟାଳୟରେ ପାଠ ପଢିବେ ।ଏହାର ଉତ୍ତରରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସକାରାତ୍ମକ ମନୋଭାବ ପୋଷଣ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଶେରଗଡ଼ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଯୋଗଦେଇ ଆଉ କେଉଁ କେଉଁ ପଦକ୍ଷେପ ନେଲେ ସରକାରୀ ବିଦ୍ୟାଳୟର ଲୋକପ୍ରିୟତା ବୃଦ୍ଧି ପାଇବ ବୋଲି ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଯନ୍ତ୍ରୀ କେଦାର ପଣ୍ଡା, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁ,ବହୁ ଶିକ୍ଷକ, ଶିକ୍ଷୟତ୍ରୀ,ବିଦ୍ୟାଳୟର କମିଟି ସଭାପତି ସୀମାଞ୍ଚଳ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।