ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଭୂକମ୍ପ ଝଟକା ।

0 726

ବ୍ରହ୍ମପୁର,୦୮/୦୮(ପିପିଟି);ଗଞ୍ଜାମ ଓ ଗଜପତି ଜିଲ୍ଲାର କେତେକ ଅଞ୍ଚଳରେ ପୂର୍ବାହ୍ନ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହି ଭୂକମ୍ପ ୩.୮ ରହିଥିବା ସୂଚନା ମିଳିଛି ।ଏହାର ଗଭୀରତା ୧୬ କିଲୋମିଟର ଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ପାତ୍ରପୁରୁ,ସାନଖେମୁଣ୍ଡି,ଦିଗପହଣ୍ଡି,ଭିଷ୍ମଗିରୀ ଓ ବ୍ରହ୍ମପୁର ସହରରେ କେତେକ ୱାର୍ଡରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସେହିଭଳି ଗଜପତି ଜିଲ୍ଲାର ମୋହନ,ଚନ୍ଦ୍ରଗିରି,ମହେନ୍ଦ୍ରଗଡ,ଆର.ଉଦୟଗିରି,ଛେଳିଗଡ,ଅଡବା ଓ ଲୁହାଗୁଡି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକଳ ୭:୧୦ ସମୟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।ଏହି ଭୂକମ୍ପ ପ୍ରାୟ ୫ ରୁ ୭ ସେକେଣ୍ଡ ଧରି ଅନୁଭୂତ ହୋଇଥିବା ସୂଚନା ମିଳିଛି । କୌଣସି କ୍ଷତି ହୋଇ ନଥିବା ଜଣାପଡିଛି ।

Leave A Reply

Your email address will not be published.