ଗଞ୍ଜାମରେ ଦିନ ୧୨ଟାରୁ ସକାଳ ୭ଟା ଯାଏଁ ସଟଡାଉନ ଘୋଷଣା ।

0 105

ବ୍ରହ୍ମପୁର,(ପିପିଟି ନ୍ଯୁଜ୍)୦୪/୦୪- ଆସନ୍ତାକାଲି ଦିନ ୧୨ଟାରୁ ସକାଳ ୭ଟା ଯାଏଁ ଗଞ୍ଜାମ ମଧ୍ୟ ସଟଡ଼ାଉନ ରହିବ ବୋଲି ଗଞ୍ଜାମ ଜିଲ୍ଲାପାଳ ଘୋଷଣା କରିଛନ୍ତି ।ଲକ୍ ଡାଉନ ସମୟରେ କିଛି ଲୋକ ସାମାଜିକ ଦୂରତ୍ବ ମାନୁ ନାହାଁନ୍ତି ଏବଂ କିଛି ଲୋକ ପ୍ରାତ ଭ୍ରମଣ ଓ ସଂଧ୍ୟା ଭ୍ରମଣ କରୁଛନ୍ତି ତହାସହିତ ମୋଟର ସାଇକେଲରେ ବୁଲୁଛନ୍ତି ।କରୋନା ର ସ୍ଥିତି ଜଟିଳ ଆଗଡକୁ ଗତି କରୁଥିବାରୁ ଜିଲ୍ଲାପାଳ ଦୃଢ ନିଷ୍ପତ୍ତି ନେଇଛନ୍ତି ।ଏହି ସଟଡ଼ାଉନ ସମୟରେ କୌଣସି ମୋଟର ସାଇକେଲ ଚଳାଚଳ କରିବନାହିଁ । ସକାଳ ୭ଟାରୁ ୧୨ଟା ଯାଏଁ ଅତ୍ୟାବଶ୍ୟକ ଓ ଜରୁରୀ ସେବା ଜାରି ରହିବ ।ଏହି ସମୟ ଭିତରେ ସଉଦା କିଣିବାକୁ ଲୋକଙ୍କୁ ଚାଲି ଚାଲି ଯିବାକୁ ଅନୁମତି ମିଳିଛି । କିଛି ଔଷଧ ଦୋକାନ ଖୋଲା ରହିବ । ଡାକ୍ତରଖାନାରେ ଓପିଡ଼ି ବନ୍ଦ ରହିବ ଏବଂ ଫୋନ୍ ଯୋଗେ ଡାକ୍ତରଙ୍କ ସହ ଲୋକମାନେ ସମ୍ପର୍କ କରିବେ । ଏହି ନିର୍ଦ୍ଦେଶକୁ ଯିଏ ଉଲ୍ଲଙ୍ଘନ କରିବେ ସେମାନେ ୧୪ଦିନିଆ କ୍ୱାରେଣ୍ଟାଇନରେ ଯିବେ । ଘରୁ ବାହାରିବା ବେଳେ ସମସ୍ତେ ମୁହଁକୁ ଘୋଡ଼ାଇ ରଖିବେ । ଥଣ୍ଡା ହୋଇଥିଲେ ଘର ଭିତରେ ମଧ୍ୟ ମାସ୍କ ପିନ୍ଧିବେ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

Leave A Reply

Your email address will not be published.