ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୨୬୪ ରେ ପହଞ୍ଚିଲା,ଏଥିସହ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୬୭୨ ଛୁଇଁଲା ।

0 676

ଭୁବନେଶ୍ଵର ,(ପିପିଟି)୧୫/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୬୪ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା  ୮୧୯୧୯ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୬୭୨ ଚିହ୍ନଟ ହୋଇଛନ୍ତି । ୧୫୮ ଜଣ ସୁସ୍ଥ ହୋଇଥିବା ବେଳେ ୫୧୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶା ୬୭୨ ଚିହ୍ନଟଙ୍କ ମଧ୍ୟରୁ ଗଞ୍ଜାମ ୨୬୪,ବାଲେଶ୍ବର ୧୦୨,ଯାଜପୁର ୯୦,ଖୋର୍ଦ୍ଧା ୫୩,ଭଦ୍ରକ ୪୬,ସୁନ୍ଦରଗଡ ୨୬,ଅନୁଗୁଳ ୧୫,କେନ୍ଦ୍ରାପଡା ୨୨,ମୟୂରଭଞ୍ଜ ୯,ଜଗତସିଂହପୁର ୫,ପୁରୀ ୧୪,କେଉଁଝର ୪,ବୌଦ୍ଧ ୪,କଟକ ୪,କଳାହାଣ୍ଡି ୨,ଝାରସୁଗୁଡା ୨,ବଲାଙ୍ଗୀର ୨,ନୟାଗଡ ୪,କୋରାପୁଟ ୧,ଢେଙ୍କାନାଳ ୧,ଦେଓଗଡ ୨ ଏହି ଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ।

Leave A Reply

Your email address will not be published.