ଗଜପତିରେ ସଙ୍ଗରୋଧଙ୍କ ନିମନ୍ତେ କଲ୍ ସେଣ୍ଟର ।

0 197

ପାରଳାଖେମୁଣ୍ଡି, ୨୨/୪(ପିପିଟି ନ୍ୟୁଜ୍)- ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସଙ୍ଗରୋଧରେ ରହିଥିବା ଲୋକଙ୍କ ଉଦ୍ଧେଶ୍ୟରେ କଲ୍ ସେଣ୍ଟର ଖୋଲାଯାଇଛି  । ଜିଲ୍ଲା ପ୍ରଶାସନ ତରଫରୁ ଗଣମାଧ୍ୟମକୁ ଏକ ପ୍ରେସ୍ ବିବୃତି ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଛି । ଏହି କଲ୍ ସେଣ୍ଟରରୁ ପ୍ରତିଦିନ ସଙ୍ଗରୋଧରେ ଥିବା ୪ଶହ ଲୋକଙ୍କ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯିବ ।କଲ୍ ସେଣ୍ଟର ପୂର୍ବାହ୍ନ ୯ ରୁ ମଧ୍ୟାହ୍ନ ୧ଘଣ୍ଟା ଓ ଅପରାହ୍ନ ୪ରୁ ସଂଧ୍ୟା ୮ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହାର କାର୍ଯ୍ୟ ହେଉଛି ସଙ୍ଗରୋଧର ନିୟମ କେତେ ଦୂର ପାଳନ କରାଯାଇଛି, ସ୍ବାସ୍ଥ୍ୟବସ୍ଥା କିପରି ରହିଛି, ଜିଲ୍ଲାପାଳଙ୍କ ଦସ୍ତଖତ ସମ୍ବଳିତ ଷ୍ଟିକର୍ ସଙ୍ଗରୋଧରେ ଥିବା ଲୋକଙ୍କ ଘରେ ଲଗାଯାଇଛି କି ନାହିଁ, ଭ୍ରାମ୍ୟମାନ ସ୍ବାସ୍ଥ୍ୟ ପରିଦର୍ଶକ ସେମାନଙ୍କ ଘରକୁ ନିୟମିତ ଭାବେ ପହଚିିଂଛି କି ନାହିଁ, ଆଶା ଓ ଅଙ୍ଗନଓ୍ବାଡି ନିୟମିତ ଭାବେ ପହଚୁ୍ଂଛନ୍ତି କି ନାହିଁ ଆଲୋଚନା କରାଯିବ । ତାପରେ ଏକ ବିଷୟ ସମୁହ( ଡାଟାବେସ) ପ୍ରସ୍ତୁତ କରାଯିବ ବୋଲି ପ୍ରେସ୍ ବିବୃତିରେ ଉଲ୍ଲେଖ ରହିଛି । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥରରେ କାର୍ଯ୍ୟ କରୁଥିବା ଭ୍ରାମ୍ୟମାନ ଦଳ ଯେଉଁଥିରେ ୫ଜଣ ଡାକ୍ତରଙ୍କ ସମେତ ଅନ୍ୟ ୪ଜଣ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି ।ଉକ୍ତ ଭ୍ରାମ୍ୟମାନ ଦଳ ଜିଲ୍ଲାସ୍ଥରକୁ ଦେଲାପରେ କେଉଁ ସଙ୍ଗରୋଧ ବ୍ୟକ୍ତି ଆନୁଷଙ୍ଗିକ କେନ୍ଦ୍ରକୁ ଯିବ ନିର୍ଦ୍ଧାରଣ କରାଯିବ । ଠିକ୍ ସେହିପରି ତ୍ରିପଲ- ‘ଏ’  ରିପୋର୍ଟ ଅନୁସାରେ ସଙ୍ଗରୋଧ ବ୍ୟକ୍ତିଙ୍କୁ ଆବଶ୍ୟକ ହେଉଥିବା ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ପ୍ରଦାନ କରାଯାଇଥିବା ପ୍ରେସ୍ ବିବୃତିରେ ଉଲ୍ଲେଖ ରହିଛି ।
ରିପୋର୍ଟିଂ- ଦିଲ୍ଲୀପ କୁମାର ଶତପଥି

Leave A Reply

Your email address will not be published.