ଏନ୍ଏସି ଓ ଅଗ୍ନୀଶମ ବିଭାଗ ର କ୍ଲୋରିନ୍ ଓ ବ୍ଲିଚିଙ୍ଗ୍ ସିଞ୍ଚନ ।

0 59

କୋଦଳା,(ପିପିଟି ନ୍ଯୁଜ୍)୦୬/୦୪ – ଗଞ୍ଜାମ ଜିଲ୍ଳା ର କୋଦଳା ସହର ରେ ଯୁଦ୍ଧକାଳୀନ ଭିତ୍ତିରେ ଏନଏସି. କର୍ତୃପକ୍ଷ ଏବଂ ଓଡିଶା ଅଗ୍ନିସମ ବିଭାଗ ଦ୍ୱାରା ଚାଲିଛି କୋରନା ଭୁତାଣୁ ସହ ମୁକାବିଲା ପ୍ରୟାସ l ସମୟ ର ପ୍ରତିକୂଳ ପରିସ୍ଥିତି ଏବଂ କୋରନା ଭୁତାଣୁ ର ଭୟାବହ ସଂକ୍ରମଣ ରୋକିବା ପାଇଁ ପ୍ରତିବଦ୍ଧତା ସହକାରେ ଚାଲିଛି ସାନିଟାଇଜ ବ୍ୟବସ୍ଥା l ସମଗ୍ର ସହର ଏବଂ ଗଳିକନ୍ଦି ରେ ଦମକଳ ଗାଡି ଓ ଛିଞ୍ଚନକଳ ଦ୍ୱାରା ହଉଛି ସାନିଟାଇଜର ଔଷଧ ର ସିଞ୍ଚନ l ସମ୍ପୂର୍ଣ ତାଲାବନ୍ଦ ଏବଂ ସାମାଜିକ ଦୂରତ୍ୱ ରକ୍ଷା କଲେ ନିଶ୍ଚିତ ଭାବେ ଆମେ କୋଭିଡ-19 ସହ ଲଢେଇ କରି ଜିତି ପାରିବା ସେଥିରେ ସନ୍ଦେହ ନାହିଁ କିନ୍ତୁ ତା ସାଥେ ସାଥେ ଆମେ ସ୍ୱଚ୍ଛତା ଉପରେ ଧ୍ୟାନଦେବା ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି ଡାକବାଜି ଯନ୍ତ୍ର ଦ୍ଵାରା ଏନଏସି ପକ୍ଷ୍ଯରୁ ସଚେତନ କରାଯାଉଛି l ପ୍ରତ୍ୟେକ ବ୍ୟକ୍ତି ଭଲଭାବେ ନିଜସ୍ୱ ହାତ ଧୋଇ , ଶରୀର କୁ ସ୍ୱଚ୍ଛ ଏବଂ ଗୃହ  ବାରମ୍ବାର ସାନିଟାଇଜ କରିବା ସହ ସାମୁହିକ ଦୃଷ୍ଟିକୋଣ ରେ ସମଗ୍ର ସହର ର ସ୍ୱଚ୍ଛତା ର ମଧ୍ୟ ଜରୁରୀ ରହିଛି l ସମ୍ପୂର୍ଣ ସହର ଗୁଡିକୁ ସାନିଟାଇଜ କରିବା ନିମନ୍ତେ ନିର୍ବାହୀ ଅଧିକାରୀ ସୁଜିତ କମାର ଚୌଧୁରୀ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ଉପସ୍ଥିତି ରେ ଏନ.ଏ.ସି ଓ ଅଗ୍ନୀଶମ ବିଭାଗ କର୍ତୃପକ୍ଷଙ୍କ ଦ୍ୱାରା କୋଦଳା ସହର ରେ ସାନିଟାଇଜ ବ୍ୟବସ୍ଥା କରାଯାଇ ଅଗ୍ନୀଶମ ବିଭାଗ ଅଧିକାରୀ ସୂର୍ଯୟ କୁମାର ହେମ୍ବ୍ରମ ଙ୍କ ନେତ୍ରୁତ୍ଵ ରେ ଅଗ୍ନୀଶମ କର୍ମଚାରୀ ସମସ୍ତ ରାସ୍ତା ରେ କ୍ଲୋରିନ ଓ ବ୍ଲିଚିଙ୍ଗ ମିଶ୍ରିତ ପାଣି ସିଞ୍ଚନ କରିଥିଲେ ।ତତ ସହିତ ମେଡିକାଲ ବସଷ୍ଟାଣ୍ଡ ଓ ଗଳିକନ୍ଦି ରେ ଏନଏସି କର୍ମଚାରୀଙ୍କ ଦ୍ଵାରା ମଧ୍ୟ ବ୍ଲିଚିଙ୍ଗ ସ୍ପ୍ରେ କରାଯାଉଛି ।ଏହାକୁ ଏନଏସି କନିଷ୍ଠ ସଫେଇ ବିଶେଷଜ୍ଞ ଚନ୍ଦ୍ର ମାରାଣ୍ଡି , କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ,ସ୍ୱପ୍ନ କୁମାର ସାହୁ ତଦାରଖ କରୁଛନ୍ତି ।ଏହାକୁ ନେଇ ଗ୍ରାମବାସୀ ଖୁସି ବ୍ୟକ୍ତ କରିଥିବା ଏବଂ  ଏହି  ବ୍ୟବସ୍ଥା ଏକ ସ୍ୱାଗତ ଯୋଗ୍ୟ ଓ ଗୁରୁତ୍ୱପୁର୍ଣ ପଦକ୍ଷେପ ବୋଲି ଚର୍ଚ୍ଚା କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.