ଖେଳ କଲା କାଳ,ଦୁଇ ନାବାଳକ ଝଗଡା ରୁ ଜଣେ ମୃତ ।

0 284

ହିଞ୍ଜିଳି କାଟୁ,(ପିପିଟି ନ୍ଯୁଜ୍) ୧୧/୦୪/୨୦୨୦- ଆଜି ସକାଳ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ଖରିଡା  ପଞ୍ଚାୟତ ର ଦୁଇ ନାବାଳକ କ୍ରିକେଟ୍ ଖେଳକୁ କେନ୍ଦ୍ର କରି  ଝଗଡ଼ା ହେବା ସହ ଜଣେ ନାବାଳକ ଛଦ୍ମନାମ ଶୁଭ୍ର ତାର ସାଙ୍ଗ ନାବାଳକ ବନ୍ଧୁ ବିଭୂତି ସେଠୀ (୧୩) ପିତା କେଶବ ସେଠୀ, ନୂଆ ସାହି କୁ ଖେଳୁଥିବା ବ୍ୟାଟ୍ ଯୋଗେ ଶକ୍ତ ଆଘାତ କରିବାରୁ ବିଭୂତି ଖେଳ ସ୍ଥଳରେ ଟଳି ପଡ଼ିଥିଲେ । ବିଭୂତିକୁ ହିଞ୍ଜିଳି ସରକାରୀ ମେଡିକାଲକୁ ସଙ୍ଗେ ସଙ୍ଗେ ନିଆଯାଇଥିଲା । ସେଠାରେ ଡାକ୍ତର  ବିଭୂତିକୁ ମୃତ ଘୋଷଣା କରିଥିଲେ l ଏହି ବିଷୟକୁ ନେଇ ଖରିଡ଼ା ରେ ଦୁଃଖଦ ପରିବେଶ ସୃଷ୍ଟି ହେଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅନ୍ୟ ନାବାଳକ କୁ ଥାନା ରେ ଅଟକ ରଖି କେଶ୍ ରୁଜ କରିବା ସହ ଘଟଣା ର ତଦନ୍ତ କରୁଛି ବୋଲି ପ୍ରକାଶ କରିଛି।
ରିପୋର୍ଟ – ଅଜିତ କୁମାର ପଟ୍ଟନାୟକ ।

Leave A Reply

Your email address will not be published.