ଖାକିରେ କଳଙ୍କ, ମାଓ ମୁକାବିଲା ସହାୟତା ଟଙ୍କା ହଡ଼ପ ଅଭିଯୋଗରେ ୩ଯବାନଙ୍କୁ ଗିରଫ କଲା ଗୁଣୁପୁର ପୋଲିସ ।

0 218

ରାମନାଗୁଡା,(ପିପିଟି),୧୦/୦୫, ଖାକିରେ କଳଙ୍କ। ସରକାରୀ ଟଙ୍କାରେ ଅପବ୍ୟବହାର ପଡିଛି ମହଙ୍ଗା।ସରକାରୀ ଟଙ୍କାରେ  ଦୁରପୋଯୋଗ କରି ଗୁଣୁପୁର ପୋଲିସ ୩ଯବାନଙ୍କୁ ଗରିଫ କରିଛି।ସରକାରୀ ଟଙ୍କାରେ ଘରପାଇଁଁ ଦାମୀ ଜିନିଷ କ୍ରୟ କରୁଥିଲେ।ଏ ସମ୍ପର୍କରେ କୈଣସି ସୁରାକ ପାଇପାରୁନଥିଲେ କମାଣ୍ଡାଣ୍ଟ।ଦୀର୍ଘ ଦିନ ଧରି ଏପରି ଚାଲୁଥିବା କାରାନାମାର ଫର୍ଦ୍ଧାଫାସ କରିଛି ଗୁଣୁପୁର ପୋଲିସ।ମାଓମୁକାବିଲା ସହାୟତା ଓ ମହଙ୍ଗା ଭତ୍ତା ହଡ଼ପ କରି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଳକ ସ୍ଥିତ ୨ୟ ଭାମିନି ଆଇଆରବିଏନରେ କାର୍ଯ୍ୟରତ ଥିବା ୩ଯବାନ ଗରିଫ କରି ଗୁଣୁପୁର ପୋଲିସ କୋର୍ଟ ଚାଲାଣ କରିଛି।୨ୟ ଆଇଆରବିଏନ୍  ବାଟାଲିୟନର ଆକାଉଣ୍ଟସ ବିଭାଗରେ ସିପାହୀ ନଂ ୪୦୯ ପଙ୍କଜ କୁମାର, ସିପାହୀ ନଂ ୩୭୧ ଉସତ ପାତ୍ର, ସିପାହୀ ନଂ ୩୦୩ ହରେକୃଷ୍ଣ କୈବତ୍ତ ଦୀର୍ଘ ୧୦ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି।ସେହିପରି ଯବାନ ମାନଙ୍କର ପ୍ରତିମାସରେ  ଦରମା ସହ ଭତ୍ତା ପ୍ରଦାନ ପାଇଁ ଏହି ୩ଯବାନ ମାଷ୍ଟର ରୋଲ ପ୍ରସ୍ତୁତ କରି ଦରମା ବିଲ୍ କୁ କମାଣ୍ଡାଣ୍ଟ ଅନୁମୋଦନ କରିଥାନ୍ତି।ସେହିପରି ମାଷ୍ଟର ରୋଲରେ ସବୁ ଠିକ୍ ଠାକ କରି କୁମ୍ପୁଟର ଟ୍ରେଜିରି ପଠାଇବା ପାଇଁ ବିଲ୍ ପ୍ରସ୍ତୁତ ହେଉଥିବା ବିଲ୍ କୁ ୩ଯବାନ ହଡ଼ପ କରିନେଉଥିଲେ।ଏପରି ହଡପ ସମ୍ପର୍କରେ ସାମାନ୍ୟ ସୁରାକ ପାଇପାରୁନଥିଲେ କମାଣ୍ଡାଣ୍ଟ ଦିଲ୍ଲୀପ କୁମାର ମହାପାତ୍ର।୨୦୧୯ରୁ ଫେବୃୟାରୀ ୨୦ପର୍ଯ୍ୟନ୍ତ ଏହି ଯବାନମାନେ ଏପରି କାରାନାମା କରିଆସୁଥିବାବେଳେ ଆତ୍ମସାତ ହୋଇଥିବା ୩ଲକ୍ଷ ୪୫ହଜାର ୮୦୨ ଟଙ୍କାରୁ ସିପାହୀ ପଙ୍କଜ କୁମାର ୨ଲକ୍ଷ ୬୮ହଜାର ୭୬୦ଟଙ୍କା, ଉସତ ପାତ୍ର ୨୬ହଜାର ୮୬୮ଟଙ୍କା ଏବଂ ହରେକୃଷ୍ଣ କୈବତ୍ତ ୫୦ହଜାର ୧୭୪ ଟଙ୍କା ନିଜ ଆକାଉଣ୍ଟ ମାଧ୍ୟମରେ ନେଇଥିବା ପୋଲିସ ଅନୁସନ୍ଧାନରୁ ଜଣାପଡିଛି। ଏ ସମ୍ପର୍କରେ କମାଣ୍ଡାଣ୍ଟ ଦିଲ୍ଲୀପ ମହାପାତ୍ର ସୂଚନା ପାଇବାପରେ ଆକାଉଣ୍ଟସ ଯାଞ୍ଚପାଇଁ ନିର୍ଦ୍ଦେଶ ଦେଇଥିଲେ।ଆକାଉଣ୍ଟସ ଯାଞ୍ଚ ପରେ ସତ୍ୟତା ପଦାକୁ ଆସିବାପରେ କମାଣ୍ଡାଣ୍ଟ ଶ୍ରୀ ମହାପାତ୍ର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା ଶ୍ରର୍ବଣା ବିବେକ ଏମଙ୍କ ନିକଟରେ ଅଭିଯୋଗ କରିଥିଲେ। ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗୁଣୁପୁର ପୋଲିସ ମାମଲା ରୁଜୁ କରି ୩ଯବାନଙ୍କୁ ଗିରଫ କରି ଅନୁସନ୍ଧାନ କରିବା ପରେ ଆତ୍ମସାତକୁ ୩ଯବାନମାନେ ସ୍ବୀକାର କରିଥିଲେ।ଫଳରେ ଗୁଣୁପୁର ପୋଲିସ ୩ଯବାନ ଗିରଫ କରି କୋର୍ଟ ଚାଲାଣ କରିଥିବା ଗୁଣୁପୁର ଏସଡିପିଓ ରାଜକିଶୋର ଦାଶ ସୂଚନା ଦେଇଛନ୍ତି।ଗୁଣୁପୁର ଆର୍ଦଶଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ମାମଲାର ତଦନ୍ତ କରୁଥିବା ବେଳେ ୩ଯବାନଙ୍କ ନାମରେ ୪୦୯,୪୧୭,୪୨୦,୪୬୫,୪୬୮,୪୭୧,୩୪ଆଇପିସି ଧାରାରେ ମିମଲା ରୁଜୁ ହୋଇଛି। ଏନେଇ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜ କିଶୋର ଦାଶ,ଆର୍ଦଶଥାନା ଆଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ଓ ଏସ ଆଇ କେ ସାମରିଆ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ – ସଞ୍ଜିବ କୁମାର ଦାଶ ।

Leave A Reply

Your email address will not be published.