ଖଣ୍ଡିଆ ନଈରେ ଉପଜିଲ୍ଲାପାଳଙ୍କ ସମୂହ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟକ୍ରମର ଶୁଭାରମ୍ଭ ।

0 169

ଛତ୍ରପୁର ତା.୯.୪. ବେଗୁନିଆପଡା ବ୍ଲକ୍ ର ଖଣ୍ଡିଆନଈ ଗ୍ରାମରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ସମୂହ ସ୍ବାସ୍ଥ୍ୟ ଯାଞ୍ଚ  କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି  । ସ୍ଥାନୀୟ ଶିକ୍ଷକ ଏବଂ ଅଙ୍ଗନଓ୍ବାଡି କର୍ମୀ ପ୍ରତ୍ୟେକ ଘର ବୁଲି ପରିବାର ସଦସ୍ୟଙ୍କ ନାମ, ମୁଖିଆଙ୍କ ଟେଲିଫୋନ୍ ନମ୍ବର ଏବଂ ସେମାନେ କୌଣସି ରୋଗରେ ପିଡିତ ଅଛନ୍ତି କି ନାହିଁ ତାର ନିର୍ଦ୍ଦିଷ୍ଟ ଫର୍ମ ପୂରଣ କରିଥିଲେ  । ଏଥି ସହିତ ସେମାନେ ଲୋକମାନଙ୍କୁ ମୁହଁ ଆବୃତ୍ତ କରି ରଖିବା ଏବଂ ହାତ ଧୋଇବା ବ୍ୟବସ୍ଥା ବିଷୟରେ ଜଣାଇଥିଲେ  । ରାଜ୍ୟ ବାହାରେ କିମ୍ବା ଜିଲ୍ଲା ବାହାରେ ଅଥବା ବିଦେଶରୁ ସେମାନଙ୍କ ପରିବାରର କୌଣସି ସଦସ୍ୟ ଆସିବାର ଅଛି କି ନାହିଁ ତାହା ମଧ୍ୟ ଫର୍ମରେ ଉଲ୍ଲେଖ କରାଯାଇଥିଲା  । ବିନା ମାସ୍କ ରେ ଗଲେ ସେମାନଙ୍କୁ ପରିବା କିମ୍ବା ତେଜରାତି ସାମଗ୍ରୀ ମିଳିବ ନାହିଁ ବୋଲି ଅଧିକାରୀମାନେ ଲୋକଙ୍କୁ ଜଣାଇଥିଲେ  । ଛତ୍ରପୁର ଉପଖଣ୍ଡ ଅଧିନରେ ଥିବା ଆଠ ଗୋଟି ବ୍ଲକ୍ , ଆଠ ଗୋଟି ଏନ୍.ଏ.ସି. ଏବଂ ହିଞ୍ଜିଳି ମ୍ୟୁନିସିପାଲଟି ର ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ଚାଉଲ ଏବଂ ଏକ ହଜାର ଟଙ୍କା ରିଲିଫ୍ ଅର୍ଥ ବଣ୍ଟନର ତଦାରଖ ଉପ ଜିଲ୍ଲାପାଳ କରିଥିଲେ  । ଏହି ସବୁ ବ୍ଲକ୍ ଓ ସହରାଞ୍ଚଳରେ ୨୪୯୦୮୮ ହିତାଧିକାରୀଙ୍କୁ ଚାଉଳ ଓ ରିଲିଫ୍ ଅର୍ଥ ପ୍ରଦାନ କରାଯାଉଛି  । ଖଣ୍ଡିଆନଈ ଠାରେ ଉଦଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ୍ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ ଓ ସମନ୍ବୀତ ଶିଶୁ ବିକାଶ ଅଧିକାରୀ ସଂଧ୍ୟାରାଣୀ ପାଣିଗ୍ରାହୀ ଉପସ୍ଥିତ ଥିଲେ  ।

Leave A Reply

Your email address will not be published.