କ୍ବାରେଣ୍ଟାଇନ ସେଣ୍ଟର ଅବ୍ୟବସ୍ଥାକୁ ନେଇ ଭିଡ଼ିଓ ଭାଇରାଲ ।

0 444

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୬/୦୫,ଦିନକୁ ଦିନ ଗଞ୍ଜାମ ଜିଲ୍ଲାକୁ ପ୍ରବାସୀ ଓଡିଆମାନଙ୍କ ସୁଅ ଛୁଟିବାରେ ଲାଗିଛି।ଲକ ଡାଉନ ଯୋଗୁଁ ସରକାରଙ୍କ ଉଦ୍ୟମରେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀମାନଙ୍କୁ ନିଜ ଭିଟାମାଟିକୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି।ପ୍ରତ୍ୟେକ ଦିନ ଶହ ଶହ ଲୋକ ଆସୁଥିବାରୁ ସେମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବା ସହ ସୁରକ୍ଷିତ ଭାବେ ସଙ୍ଗରୋଧ କେନ୍ଦ୍ରରେ ରହିବାର ବ୍ୟବସ୍ଥା କରାଯାଇଛି।ହେଲେ କେତେକ ସ୍ଥାନରେ ପରିଚାଳନା ଗତ ତ୍ରୁଟି ଦର୍ଶାଇ ଅନ୍ତେବାସୀମାନେ ନିଜ ଅଭାବ ଅସୁବିଧା ଲୋକଲୋଚନକୁ ଆଣିବା ପାଇଁ ତାହାର ଭିଡ଼ିଓ ଉତ୍ତୋଳନ କରି ଭାଇରାଲ କରୁଛନ୍ତି।ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ସୋମବାର ଦିନ ୩ଟା ସମୟରେ ପ୍ରାୟ ୧୨୦ଜଣ ପୁରୁଷ ଓ ମହିଳା ପ୍ରବାସୀ ପହଞ୍ଚିଥିଲେ।ହେଲେ ସେଠାରେ ଆବଶ୍ୟକୀୟ ପାଣି, ଖାଦ୍ୟ, ଓ ରହିବାକୁ ନେଇ ସମସ୍ୟା ସୃଷ୍ଟି ହେବାରୁ ଏସମ୍ପର୍କରେ ସେମାନେ ସ୍ଥାନୀୟ ସରପଞ୍ଚ କୁ ଜଣେଇ ଥିଲେ ମଧ୍ୟ ସରପଞ୍ଚ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବା ଅଭିଯୋଗ କରିଛନ୍ତି।ସେଠାରେ ଥିବା ମହିଳାମାନେ ମଧ୍ୟ ବିଭିନ୍ନ ସୁବିଧା ସୁଯୋଗ ରୁ ବଞ୍ଚିତ ହୋଇ ହଇରାଣ ହେଉଥିବା କହିଛନ୍ତି।ଏସମ୍ପର୍କରେ ଆମେ ଭଞ୍ଜନଗର ବିଡ଼ିଓ ଅନୀଲ କୁମାର ସେଠୀଙ୍କୁ ପଚାରିବାରୁ ସେଠାରେ ସେଭଳି କୌଣସି ସମସ୍ୟା ନଥିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ କହିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.