କୋଶଲ ଯୁବ ସମନ୍ୱୟ ସମିତି ପକ୍ଷରୁ ରକ୍ତଦାନ ଶିବିର ।

0 22

ଉଲୁଣ୍ଡା,(ପିପିଟି)୨୯/୦୪ – ସାରାଦେଶରେ ଲକଡାଉନ ଯୋଗୁଁ ଡାକ୍ତରଖାନା ମାନଙ୍କରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଶଲ ଯୁବ ସମନ୍ୱୟ ସମିତି ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଓଡିଶା ରକ୍ତଦାତା ସଂଘର ସଦସ୍ୟ ଶ୍ରୀଯୁକ୍ତ ମନୋଜ କୁମାର ପଣ୍ଡା ଉପସ୍ଥିତ ରହି ସମସ୍ତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।କୋଶଲ ଯୁବ ସମନ୍ୱୟ ସମିତି ର ଯୁବ ସଂଗ୍ରାମୀ ନିତିନ ପ୍ରଧାନ ଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ଯୁବ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଓ ପ୍ରେମାନନ୍ଦ ନାଏକ ଙ୍କ ସମେତ ମୋଟ ୨୦ ଜଣ ରକ୍ତଦାତା ଅଂଶଗ୍ରହଣ କରି ରକ୍ତଦାନ କରିଥିଲେ ।ସୁବର୍ଣ୍ଣପୁର ଜିଲ୍ଲା ରକ୍ତଭଣ୍ଡାର ର ଡାକ୍ତର ଶ୍ରୀଯୁକ୍ତ ସଂଜୀବ ପାଣିଗ୍ରାହୀ,ସୁବାସ ଚନ୍ଦ୍ର ପଣ୍ଡା,ଯୁଧିଷ୍ଠିର ମେହେର,ଜଗତ ଦରୁଆନ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।ଶେଷରେ ସମସ୍ତ ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।

Leave A Reply

Your email address will not be published.