କୋଭିଡ-୧୯ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ।

0 372

ପଦ୍ମପୁର,ତା-୨୫/୦୬(ପିପିଟି);ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଚିର ମରୁଡି ପ୍ରପିଡିତ ଅଂଚଳ ଭାବେ ଓଡିଶା ମାନଚିତ୍ରରେ ବେସ ଜଣାଶୁଣା ହୋଇ ରହିଛି । ବିଶେଷ କରି ପାଇକମାଲ ଅଂଚଳରୁ ପେଟପାଇଁ ସଂଘର୍ଷ କରିବାକୁ ଏଠାକାର ଲୋକ ଦାଦନ ଖଟିବାକୁ ପିଲାଛୁଆଙ୍କୁ ଧରି ଅନ୍ୟରାଜ୍ୟକୁ ପ୍ରତିବର୍ଷ ଯିବାର ନଜିର ଅଛି । ହଠାତ ମହାମାରୀ କରୋନା ଭାଇରସ ସମଗ୍ର ପୃଥିବୀକୁ ଗ୍ରାସ ସମୟ ରେ କେନ୍ଦ୍ର ସରକାର ଧନଜୀବନ ରକ୍ଷା ଉଦ୍ଦେଶ୍ୟରେ ସମଗ୍ର ଭାରତ ବର୍ଷର ମୁଖ୍ୟମନ୍ତ୍ରୀ ମାନଙ୍କ ସହମତି ରେ ଲକଡାଉନ ଘୋଷଣା ଫଳରେ ସମସ୍ତ ରେଳଚଳାଚଳ ସମେତ ଗାଡିମଟର ବନ୍ଦ ହୋଇଯାଇଥିଲା । ଯଦ୍ୱାରା ବାହାର ରାଜ୍ୟରେ କାମକରିବାକୁ ଯାଇଥିବା ପ୍ରବାସୀ ମାନେ ନିଜନିଜ ଜନ୍ମସ୍ଥାନକୁ ଫେରି ପାରିନଥିଲେ । ପ୍ରବାସୀ ମାନଙ୍କ ଆକୁଳ ନିବେଦନ ତଥା କେତେକ ସାମାଜିକ କର୍ମୀଙ୍କ ଅନୁରୋଧକୁ ରକ୍ଷା କରି ସରକାର କେଇଦିନ ପାଇଁ ରେଲଗାଡିର ସୁବିଧା କରିବାଦ୍ୱାରା ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ପ୍ରବାସୀ ମାନେ ଫେରି ଆସି ପାରିଥିଲେ । ଏ ପଟେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରାଜ୍ୟ ସାରା ଥିବା ସମସ୍ତ ସହର ସମେତ ସମସ୍ତ ପଂଚାୟତକୁ ପ୍ରବାସୀ ମାନେ ନ ଆସିବାପୂର୍ବରୁ ରହିବାଖାଇବ ସମେତ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଂଚାୟତରାଜ ବିଭାଗ ଠୁ ଆରମ୍ଭ କରି ସମସ୍ତ ବିଭାଗକୁ ସଚେତନତାର ନିର୍ଦ୍ଦେଶାନାମା ଜାରି କରିଥିଲେ ।ପାଇକମାଲ ବ୍ଲକର ବୁକୁରାମୁଣ୍ଡା ର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ପ୍ରବାସୀ ମାନେ ୧୮.୦୫.୨୦୨୦ ରୁ ଆସିବା ଆରମ୍ଭ କରିଥିଲୋ ବୁକୁରାମୁଣ୍ଡା ସେବାଶ୍ରମ ସ୍କୁଲରେ ସମସ୍ତ ସୁବିଧା ସୁଯୋଗ କରାଯାଇଥିଲା । ପ୍ରବାସୀମାନେ ପ୍ରବେଶ କରିବାଦିନ ଏଠାକାର ସରପଂଚ ଅଭିମନ୍ୟୁ ବରିହା କେତେକ ଶିକ୍ଷକ,ସ୍ୱାସ୍ଥକର୍ମୀ,ଅଂଗନୱାଡି କର୍ମୀ ତଥା ଗ୍ରାମର କେତେକ ସ୍ୱେଚ୍ଛାସେବୀଙ୍କ ପରାମର୍ଶ ତଥା ସହଯୋଗ କରିବାକୁ ଅନୁରୋଧ ପୂର୍ବକ ଏକ ସଭାର ଆୟୋଜନ କରିଥିଲେ । ଯଦ୍ୱାରା ଆଜି ସୁରୁଖୁରୁ ରେ ପ୍ରବାସୀ ମାନେ ସ୍ୱାସ୍ଥ୍ୟସେବା ସାଙ୍ଗକୁ ଖାଇବା ପିଇବାର ସୁବ୍ୟବସ୍ଥା କରାଯାଇଥିଲା ବୋଲି ଆଜି ଶେଷ ଦିବସ ରେ ପ୍ରବାସୀ ମାନେ ପ୍ରକାଶ କରିଛନ୍ତି । ୧୮.୫.୨୦୨୦ ରୁ କ୍ରମିକ ଭାବେ ଆରମ୍ଭ ହୋଇ ସମଦାୟ ୧୨ ଜଣ ପ୍ରବାସୀ ଏହି ଶିବିରରେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି ରହି ଆଜି ୨୫.୬.୨୦୨୦ ରେ ୯ଜଣ ଶେଷ ମୁହୂର୍ତ୍ତରେ ବିଦାୟ ନେଇ ନିଜ ନିଜ ଘରକୁ ପ୍ରତ୍ୟାବର୍ତନ କରିଛନ୍ତି । ବର୍ତ୍ତମାନ ପାଇଁ ପ୍ରବାସୀ ନଥିବା ହେତୁ ଅସ୍ଥାୟୀ ଶିବିର ବନ୍ଦ କରାଗଲା ବୋଲି ସରପଂଚ ଶ୍ରୀ ବରିହା ଙ୍କ ଠାରୁ ପ୍ରକାଶ ।ସମୁଦାୟ ୫୨ ଜଣଙ୍କ ମଧ୍ୟରୁ ସନ୍ଦେହ ଘେର ରେଥିବା ୧୦ ଜଣଙ୍କ ସ୍ୱାବ ପରୀକ୍ଷା ପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପଠାଯାଇଥିଲା ହେଲେ ସମସ୍ତ ରିପୋର୍ଟ ନେଗେଟିଭ ଆସିଥିଲାାକୋଭିଡ-୧୯ ଅସ୍ଥାୟୀ ଶିବିର ଆରମ୍ଭ ଦିନଠାରୁ ଆଜିଯାଏଁ ନିର୍ଭିକ ଭାବେ ସବୁଦିନ ଦୁଇଓଳି ସ୍ୱାସ୍ଥ୍ୟ ବିଭାଗଗୀୟ ନିୟୋଜିତ ଫାର୍ମାସିଷ୍ଟ ଅଶୋକ କୁମାର ବନଛୋର,ମହିଳାସ୍ୱାସ୍ଥକର୍ମୀ କବିତାଂଜଳୀ ଦାଶ,ଶିକ୍ଷକ ମନୋରଂଜନ ସାହୁ,ଖିରୋଦ୍ର ଚନ୍ଦ୍ର ଦେବତା,ଜୟଦେବ ବରିହା,ଅଂଗନୱାଡି କର୍ମୀ ସୁବାଷିନୀ ଜାଲ,ସନ୍ତୋଷିନୀ ପଟେଲ,କନକ ବରିହା,ଅଏଁଲା ପ୍ରଧାନ,ଧରିତ୍ରୀ ସାହୁ, ଧନମତୀ ବରିହା,ବାସନ୍ତୀ ବରିହା,ଉର୍କୁଲୀ କୁମ୍ଭାର ତଥା ରନ୍ଧନ କାର୍ଯ୍ୟ ତଥା ଦେଖାଶୁଣା ଦାୟିତ୍ୱରେ ଥିବା ମହେନ୍ଦ୍ର ବାରିକ,ଧନୁହାତୀ,ପଦ୍ମନ ସେଟ,ରାଜ କୁମାର ମହାକୁଡ, ତ୍ରିନାଥ ଗଡତିଆ,ଯଶୋବନ୍ତ ମହାକୁଡ,ସଚିତାନନ୍ଦ ପ୍ରଧାନ ଓ ରାତ୍ରୀତଥା ଦିନଜଗୁଆଳୀ ଭାବେ ଜଗଦଲପୁର ଥାନାରେ କାର୍ଯ୍ୟରତ ଗ୍ରାମରକ୍ଷୀ ଚିନିଲାଲ ଜାଲଙ୍କୁ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ଏଇ ମାନେ ହିଁ ଆମ ଅଂଚଳର ପ୍ରକୃତ ଯୋଦ୍ଧା ଅଟନ୍ତି ବୋଲି ଶେଷରେ ସରପଂଚ ଅଭିମନ୍ୟୁ ବରିହା ମତବ୍ୟକ୍ତ କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.