କୋଭିଡ ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ରେ ଶୋକ ।

0 388

ଭଞ୍ଜନଗର,୧୨/୦୮(ପିପିଟି);ଆଜି ପୁଣି ଜଣେ କୋଭିଡ ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିକ୍ଷକ ଜଣଙ୍କ ହେଉଛନ୍ତି କୁଶଧ୍ବଜ ସେଠୀ । ସେ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରୁଥିଲେ । ବିଗତ ସମୟରେ ପ୍ରବାସୀ ଓଡିଆଙ୍କୁ ଆଣି ରଖାଯାଉଥିବା ଟି.ଏମ୍.ସି ରେ ସେ ଦୁଇଥର ସେଣ୍ଟର ଇନ୍ ଚାର୍ଜ ରୂପେ କାର୍ଯ୍ୟ ତୁଲାଇଛନ୍ତି । ସେ ଅଗଷ୍ଟ ୫ତାରିଖ ରେ ସ୍ବାସ୍ଥ୍ୟ ଖରାପ ହେତୁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲର ଆକସ୍ମିକ ଚିକିତ୍ସା କେନ୍ଦ୍ରରେ ପ୍ରବେଶ ହୋଇଥିଲେ ା ପରେ ତାଙ୍କର କୋଭିଡ ପରୀକ୍ଷା କରାଯିବାରୁ ରିପୋଟ ପଜିଟିଭ ଆସିଥିଲା । ସେ ଆଜି ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରେ ଦିବା ୧ ଟା ସମୟରେ ମୃତ୍ୟୁବରଣ କରିଥିବା କଥା ତାଙ୍କ ପତ୍ନୀ ଜଣାଇଛନ୍ତି । ଏହି ଖବର ପାଇବା ପରେ ଭଞ୍ଜନଗର ବି.ଇ.ଓ ଏସ୍. ଧନଞ୍ଜୟ ଗଭୀର ଶୋକ ପ୍ରକାଶ କରିଛନ୍ତି । ଡୁମାକୁମ୍ପା କ୍ଳଷ୍ଟର ସି.ଆର୍.ସି.ସି ତ୍ରିନାଥ ବେହେରା, ସରପଞ୍ଚ କୁଞ୍ଜଲତା ପ୍ରଧାନ , ସମିତି ସଭ୍ୟ ଟୁକୁନା ସାହୁ, ସରପଞ୍ଚ ପ୍ରତିନିଧି ଶିବଶଙ୍କର ପ୍ରଧାନ ପ୍ରମୁଖ ଫୋନ ଯୋଗେ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସତଗତି କାମନା କରିଛନ୍ତି । ଡୁମାକୁମ୍ପା କ୍ଳଷ୍ଟର ର ଶିକ୍ଷକ ଶିକ୍ଷୟିତ୍ରୀ ଗଣ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ଶିକ୍ଷକଙ୍କୁ ତୁରନ୍ତ ସମସ୍ତ ସରକାରୀ ସହାୟତା ପ୍ରଦାନ କରିବା ନିମିତ୍ତ ନିବେଦନ କରିଛନ୍ତି । ପ୍ରକାଶ ଥାଉ କି ମୃତ୍ୟୁ ବରଣ କରିଥିବା ଶିକ୍ଷକ ଶ୍ରୀ କୁଶଧ୍ବଜ ସେଠୀ ଗଣ ଶିକ୍ଷକ ରୂପେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦରମା ବାବଦକୁ ମାତ୍ର ଛଅ ହଜାର ଟଙ୍କା ମିଳୁଥିଲା । ଅତି କଷ୍ଟରେ ସେ ଦରବୃଦ୍ଧି ସମୟରେ ପରିବାର ପ୍ରତିପୋଷଣ କରିଆସୁଥିଲେ । ଏଣୁ ଏକ ମାତ୍ର ରୋଜଗାର କରୁଥିବା ମଣିଷଟିକୁ ହରାଇ ପତ୍ନୀ ନାବାଳକ ଦୁଇ ପୁଅ ଓ ବୃଦ୍ଧ ପିତା ମାତାଙ୍କ କିପରି ଭରଣ ପୋଷଣ କରିବେ ତାହା ଏବେ ବିରାଟ ପ୍ରଶ୍ନବାଚୀ । ଏଣୁ ଏହି ଅସମୟରେ ତାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ସହଯୋଗ କରିବାପାଇଁ ସାଧାରଣରେ ମତ ପ୍ରକାଶ ପାଇଛି । ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ

Leave A Reply

Your email address will not be published.