କୋଭିଡ ଯୋଦ୍ଧାଙ୍କ କୋଭିଡ ନିୟମ ଉଲଂଘନ,ମଦ ମାଂସର ଆସର ଚାଲିଥିବା ବେଳେ ଢାବାରୁ କୋଭିଡ ଯୋଦ୍ଧାଙ୍କ ସମେତ ଚାରି ଗିରଫ ୮ ବାଇକ ଜବତ ।

0 956

କୋଦଳା,୧୨/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଜିଲ୍ଲାପ୍ରଶାସନ ଲକଡାଉନ ଓ ଶନିବାର ରବିବାର ସଟଡାଉନ ଘୋଷଣା କରି ଯେଉଁମାନେ ଏହି ନିୟମ ନ ମାନିବେ ତାକୁ ଦଣ୍ଡ ବ୍ଯବସ୍ଥା ଥିବା ସୂଚାଇଛନ୍ତି କିନ୍ତୁ କିଛି ଅମାନିୟା ଏହାକୁ ଗୁରୁତ୍ଵ ନ ଦେଇ ପୋଲିସ ହାତରେ ଧରାପଡିଥିବା ଜଣାପଡ଼ିଛି । ପୁରୁଷୋତ୍ତମପୁର ଏସଡିପିଓ ସିମା ସ୍ବାଇଁଙ୍କ ସୂଚନା ପ୍ରକାରେ କୋଭିଡ କଟକଣାକୁ ଖାତିର ନ କରି ପ୍ରତିଦିନ ଡିଗାପଡା ରୋଡ ରେ ଥିବା ଏକ ଢାବା ରେ ବିଳମ୍ବିତ ରାତି ପର୍ଯନ୍ତ ମଦ ମାଂସ ର ଆସର ଚାଲୁଥିଲା । ଆଜି ମଧ୍ୟ ସେଠାରେ ଆସର ଚାଲୁଥିବା ସମୟରେ ରାତ୍ର ୯ ଘଣ୍ଟ ୧୦ ମିନଟ ସମୟ ରେ କୋଦଳା ପୋଲିସ ସହାୟତା ରେ ଢାବା ଉପରେ ଚଢ଼ାଉ କରି ଚିକେନ ପକୋଡା ,ମଦ ଓ ୮ ଗୋଟି ମୋଟର ସାଇକଲ ସହିତ ଚାରି ଜଣଙ୍କୁ ଗିରଫ କରାଯାଇଛି ।ଗୁରୁବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.