କୋଭିଡ କେୟାର ହୋମରେ ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ।

0 698

କୋଦଳା,୧୫/୦୭(ପିପିଟି); କରୋନା ମହାମାରୀକୁ ନେଇ ସବୁଠି ଚିନ୍ତା । ଜନ ସାଧାରଣ କିପରି ସୁସ୍ଥ ରହିବେ ସେ ନେଇ ସଚେତନ କରୁଛି ପ୍ରଶାସନ । ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତି ଅଣାୟତ । କୋଦଳା ଏନ୍ଏସିରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନେଇ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା  ପ୍ରତ୍ୟକ ଦିନ ବ୍ୟବସାୟୀ ମାନଙ୍କୁ ମାସ୍କ , ସାମାଜିକ ଦୂରତ୍ୱ , ସାନିଟାଇଜର ବ୍ୟବହାର ଉପରେ ସଚେତନ କରିବା ସହ ଅମାନିୟା ବ୍ୟବସାୟୀଙ୍କ ଠାରୁ ଜୋରିମାନା ମଧ୍ୟ ଆଦାୟ କରୁଛନ୍ତି ।  ୭ ଓ ୧୦ ଦୁଇ ୱାର୍ଡରେ ସଂକ୍ରମିତଙ୍କ ସଂଖ୍ୟା ବଢିବା ଯୋଗୁ ସେହି ଦୁଇ ୱାର୍ଡକୁ  ରେଡ଼ ଜୋନ୍ ଭାବେ ଘୋଷଣା କରି ଦୁଇ ୱାର୍ଡ ସିମା ସିଲ କରି କେହି ଘରୁ ବାହାରକୁ ନ ବାହାରିବା ପାଇଁ କହିଛନ୍ତି । ବର୍ତ୍ତମାନ ଠାରୁ କୌଣସି ପଜିଟିଭ ରୋଗୀ ବାହାରକୁ ନ ପଠାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ କଲ୍ୟାଣ ମଣ୍ଡପ ପରିସରରେ  ଖୋଲିଛି “କୋଭିଡ କେୟାର ହୋମ”।ଏହାର ସୁ ପରିଚାଳନା ପାଇଁ  ବୁଧବାର କୋଭିଡ କେୟାର ହୋମ ପରିଦର୍ଶନରେ ପହଞ୍ଚିଥିଲେ ସ୍ଵତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୂଲ ପଟ୍ଵଆରି ।ତହସିଲଦାର ପ୍ରଭାତ କୁମାର ପରିଡା , ଏନ୍ଏସି କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା ,ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ,ଅଙ୍ଗନୱାଡି ସୁପରଭାଇଜର , କର୍ମୀ , ସ୍ଵଛ ସାଥି ,ଓ ଅନ୍ୟାନ୍ୟ କୋଭିଡ ମନିଟର ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ କୋଭିଡ ସମ୍ପର୍କୀତ  ପରାମର୍ଶ ପ୍ରଦାନ କରିଥିଲେ ସ୍ଵତନ୍ତ୍ର ଏଡିଏମ । କୋଭିଡ କେୟାର ହୋମ ରେ ରୋଗୀ ମାନଙ୍କ ଦୈନିକ ଖାଇବା ମେନୁ ଚାର୍ଟ , ଆମ୍ବୂଲାନ୍ସ ,ଫାୟାର , ମେଡିକାଲ , ପୋଲିସ , ତହସିଲ , ନିର୍ବାହୀ ଅଧିକାରୀ ପ୍ରମୁଖ ଜରୁରୀ କାଳୀନ ଅଧିକାରୀଙ୍କ ଫୋନ ନମ୍ବର ସମେତ ସମସ୍ତ ଟିମ ମନିଟରଙ୍କ ନାମ ଫଳକ ଲଗାଇବାକୁ ପରାମର୍ଶ ଦେବା ସହିତ କୋଭିଡ ମନିଟର ମାନଙ୍କ ଦ୍ଵାରା ଥର୍ମାଲ ସ୍କ୍ରିନିଙ୍ଗ ଟେଷ୍ଟ ରୁ ୧୭୯ଜଣ ଚିହ୍ନଟ କରାଯାଇଥିବା ବ୍ଲଡପ୍ରେସର , ମଧୁମେହ , କାଶ , ଥଣ୍ଡା ଥିବା ରୋଗୀଙ୍କ ଘର ଘର ବୁଲି ପ୍ରତ୍ୟକ ଦିନ ସେମାନଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବା ପାଇଁ କହିଥିଲେ ।ଏନଏସିର ବହୁ କର୍ମକର୍ତ୍ତା କରୋନା ଆକ୍ରାନ୍ତ ହୋଇଥିବାରୁ ତହସିଲଦାର କୋଦଳା ଏନଏସି ଉପରେ ସମ୍ପୂର୍ଣ ଦ୍ରୁସ୍ଠି ଦେବାକୁ ପରାମର୍ଶ ଦେଇ ନିଜ ଗନ୍ତବ୍ୟ ସ୍ଥଳ କୁ ଫେରିଥିଲେ ।

Leave A Reply

Your email address will not be published.