କୋଭିଡ୍ -୧୯ ମୁକାବିଲା ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି – ବାଚସ୍ପତି

0 34

ପି.ପି.ଟି ନ୍ୟୁଜ୍: କୋଭିଡ୍ -୧୯ ନେଇ ରାଜ୍ୟ ସରକାର ତତ୍ପରତା ଅଛନ୍ତି ବୋଲି କହିଛନ୍ତି ବାଚସ୍ପତି ।ଲକ୍ ଡାଉନ ସମୟରେ ବିଶେଷ କରି ବାହାରେ ଖୋଲାରେ ଚଳ ପ୍ରଚଳ କରୁଥିବା ଯନ୍ତୁ ମାନେ ପ୍ରଭାବିତ ହୋଇଛନ୍ତି। ସାଧରଣତଃ ଦୋକାନ ବଜାର ଖୋଲା ଥିଲେ ବୁଲା ଗାଈ ଗୋରୁ ଷଣ୍ଢ କୁକୁର ବିଲେଇ ଆଦି ବିଭିନ୍ନ ପ୍ରକାର ଯନ୍ତୁ ମାନଙ୍କର ଖାଦ୍ୟପେୟର ଅଭାବ ଦୂର ହୋଇଯାଇଥାଏ। ହେଲେ ବର୍ତ୍ତମାନ ଲକ ଡାଉନ ଯୋଗୁଁ ଯନ୍ତୁ ମାନେ ଭୋକିଲା ରହୁଥିବା ପରିଲକ୍ଷିତ ହୋଇଛି। ଏଥିପାଇଁ ରାଜ୍ୟ ସରକାର ୫୪ ଲକ୍ଷ ଟଙ୍କା ଘୋଷଣା କରିବା ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ସେହିପରି ଦିଗପହଣ୍ଡି ତଥା ଆଖପାଖ ଅଞ୍ଚଳରେ ଯେପରି ଯନ୍ତୁ ମାନେ ଖାଦ୍ୟାଭାବର ଶୀକାର ନହୁଅନ୍ତି ସେଥିପାଇଁ ସ୍ବେଚ୍ଛାକୃତ ଭାବେ ଏନଜିଓ ମାନେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ପଶୁ ପକ୍ଷୀଙ୍କୁ ସେବା ଯୋଗାଇଦେଇପାରିବେ ବୋଲି ସ୍ଥାନୀୟ ବିଧାୟକ ତଥା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଜଣାଇଛନ୍ତି। ସେହିପରି ଦୂର ଦୁରାନ୍ତରୁ ଫେରିଥିବା ବ୍ୟକ୍ତି ବିଶେଷ ତଥା ଶ୍ରମିକ ମାନେ ସରକାରଙ୍କ ଆଦେଶ ମାନି କ୍ୱାରେଣ୍ଟାଇନ ହୋମ ଗୁଡିକରେ ରହିବାକୁ ପରାମର୍ଶ ଦେଇଛନ୍ତି।
କୋରୋନା ଭୁତାଣୁରୁ ନିଜକୁ ଏବଂ ନିଜ ପରିବାର ସମେତ ଅନ୍ୟକୁ ସଂକ୍ରମଣରୁ ବଞ୍ଚାଇବାରେ ସହାୟକ ହେବା ପାଇଁ ଜରୁରୀ ନଥିଲେ ବାହାରକୁ ନଯିବାକୁ ସେ କହିଛନ୍ତି।

Leave A Reply

Your email address will not be published.