କୋଭିଡ୍ ଯୋଦ୍ଧାଙ୍କ ଅକାଳ ବିୟୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶୋକ ।

0 664

ଛତ୍ରପୁର,୧୨/୦୭; ଗଞ୍ଜାମ ଜିଲ୍ଲାର କୋଭିଡ୍ – ୧୯ କାର୍ଯ୍ୟ ସମ୍ପାଦନରେ ନିୟୋଜିତ ୩ ଜଣ କୋଭିଡ୍ ଯୋଦ୍ଧାଙ୍କ ଅକାଳ ବିୟୋଗରେ  ଜିଲ୍ଲା ପ୍ରଶାସନ ଗଞ୍ଜାମ ଗଭୀର ଶୋକ ପ୍ରକାଶ କରିଛନ୍ତି  । କୋଭିଡ୍ ଯୋଦ୍ଧ କେ.ଅଶାନ୍ତ ପାତ୍ର  ଅଙ୍ଗନଓ୍ବାଡି ସୁପରଭାଇଜର୍, ସମନ୍ବୀତ ଶିଶୁ ବିକାଶ ଯୋଜନା, ସାନଖେମୁଣ୍ଡି ବ୍ଲକ୍ । କୋଭିଡ୍ ଯୋଦ୍ଧା  ଗୌରହରୀ ବେହେରା ପ୍ରଧାନ ଶିକ୍ଷକ, ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସିଙ୍ଗିପୁର, ଆସ୍କା ବ୍ଲକ୍ । କୋଭିଡ୍ ଯୋଦ୍ଧା ଗୋଲକ ନାୟକ, ସି/୭୦୫, କନଷ୍ଟବଲ୍, ଆସ୍କା ପୁଲିସ ଥାନା । ଉପରୋକ୍ତ କୋଭିଡ୍ ଯୋଦ୍ଧାଗଣଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଅନୁରାଗ ସହ ମାନବିକତାର ପରିଚୟ ଦେଇଥିଲେ । ଅନ୍ୟମାନଙ୍କ ଅମୂଲ୍ୟ ଜୀବନକୁ ସୁରକ୍ଷିତ କରିବା ଦିଗରେ ନିଜ ଜୀବନ ଉତ୍ସର୍ଗୀକୃତ କରିଥିଲେ  । ଏହି ଯୋଦ୍ଧା ମାନଙ୍କ ବିୟୋଗ ଗଞ୍ଜାମ ଜିଲ୍ଲା ଓ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି  । ଏହି ଦୁଃଖଦ ମୁହୂର୍ତ୍ତରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଏମାନଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି କାମନା କରିଛନ୍ତି  ।

Leave A Reply

Your email address will not be published.