କୋଭିଡ୍ ମନିଟରଙ୍କ ତାଲିମ ଶିବିର ।

0 622

କୋଦଳା,୧୭/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଦ୍ରୁତ ଗତିରେ ସଂକ୍ରମିତ ହେଉଛି କରୋନା ମହାମାରୀ । ବେଗୁନିଆପଡା ବ୍ଲକ ଓ କୋଦଳା ଏନ୍ଏସି ସେହି ତୁଳନାରେ ବଢିବାରେ ଲାଗିଛି । ରୋଗୀ ମାନଙ୍କୁ ବିଭିନ୍ନ କୋଭିଡ୍ ମେଡିକାଲ ନ ପଠାଇ ନିଜ ଅଞ୍ଚଳରେ ହିଁ ସେମାନଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ଲକ୍ଷ୍ୟ ନେଇ ଜିଲ୍ଳା ପ୍ରଶାସନର ନିର୍ଦ୍ଦେଶ କ୍ରମେ  କୋଦଳା ଏନ୍ଏସି କଲ୍ୟାଣ ମଣ୍ଡପ ପରିସର ରେ ୨୦ ଶଯ୍ୟା ବିଶିଷ୍ଠ “କୋଭିଡ କେୟାର ହୋମ “ଗୃହ ଉଦ୍‌ଘାଟିତ ହୋଇଛି ।ସେଠାରେ ୭ତାରିଖ ଠାରୁ ୧୩ ତାରିଖ ପର୍ଯନ୍ତ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଜନସାଧାରଣଙ୍କ ଯେପରି କୌଣସି ଅସୁବିଧାର ସମ୍ମୁଖିନ ହେବ ନାହିଁ ଏବଂ ପଜିଟିଭ ବାହାରିଲେ ମଧ୍ୟ ଅନ୍ୟତ୍ର ସ୍ଥାନାନ୍ତର ନ କରି ଏହି କୋଭିଡ୍ କେୟାର ହୋମ ରେ ରଖିବା ପାଇଁ ନିଷ୍ପତ୍ତି ହୋଇ ଖାଇବା ମେନୁ , ଟିମ କର୍ମକର୍ତ୍ତାଙ୍କ ସମୟ ସାରଣୀ ଏବଂ ଗୁରୁତ୍ଵ ପୂର୍ଣ ବିଭାଗର  ଯୋଗାଯୋଗ ନମ୍ବର ଲେଖାଥିବା ଫ୍ଲେକ୍ସି ମରାଯାଇଛି ।ରୋଗୀଙ୍କ ତଥ୍ୟ ହାସଲ ପାଇଁ କୋଭିଡ୍ ମନିଟର ମାନଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ କଣ ତାକୁ ନେଇ ଅତିରିକ୍ତ ତହସିଲଦାର ଅଶୋକ କୁମାର ତ୍ରିପାଠୀ ଓ ଏନ୍ଏସି ସ୍ଵତନ୍ତ୍ର କୋଭିଡ ଅଧିକାରୀ ଅଶୋକ କୁମାର ମୁଦୁଲିଙ୍କ ତତ୍ଵାବଧାନ ରେ ଏନ୍ଏସି କନିଷ୍ଠ ଯନ୍ତ୍ରୀ ଯତୀନ୍ଦ୍ର ମୋହନ ବେହେରା , ଗୋଷ୍ଠି ସଂଯୋଜିକା ଲକ୍ଷ୍ମୀ ପ୍ରିୟା ପାତ୍ରଙ୍କ ଉପସ୍ଥିତିରେ ୧୩ ୱାର୍ଡରୁ ୧୩ଜଣ କୋଭିଡ ମନିଟରଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସେମାନେ କେଉଁ ସାହିରେ କି କି ରୋଗୀ ଅଛନ୍ତି ପଚାରି ରେଜିଷ୍ଟର ରେ ଲେଖିବା ସହିତ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ , କରୋନା ବିଷୟରେ ଲୋକଙ୍କୁ ସଚେତନ କରିବେ ବୋଲି ପରାମର୍ଶ ଦିଆଯାଇଥିଲା । ୬୫ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି , ଶିଶୁଙ୍କୁ ଏବଂ ବ୍ଲଡ ପ୍ରେସର , ଡାଇବେଟିସ , ଯକ୍ଷ୍ମା ଭଳି ରୋଗ ଥିବା ବ୍ୟକ୍ତିଙ୍କୁ ଏହି କରୋନା ଶୀଘ୍ର ସଂକ୍ରମିତ ହୋଇଥାନ୍ତି ଏଣୁ ସେମାନଙ୍କୁ ଶୀଘ୍ର ମେଡିକାଲ ଯାଇ ଚିକିତ୍ସିତ  ହେବାକୁ କହିବା ପାଇଁ କହିଥିଲେ । ଏହା ବ୍ୟତିତ ସମସ୍ତଙ୍କ ଆକ୍ଟିଭ୍ କଣ୍ଟାକ୍ଟ ରେଜିଷ୍ଟର , ପୁରାତନ ରୋଗୀ ଏବଂ ରିଟର୍ଣ୍ଣିଂ ରେଜିଷ୍ଟର ମେଣ୍ଟେଇନ କରିବା ପାଇଁ ପରାମର୍ଶ ଦିଆଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.