କୋଦଳା ପ୍ରଶାସନର ସଚେତନ ପରେ କମୁଛି ସଂକ୍ରମଣ ହାର ।

0 311

କୋଦଳା,୦୮/୦୮(ପିପିଟି); ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପ୍ରକାରେ କୋଦଳା ଠାରେ ୨୩ ଜୁଲାଇ ଠାରୁ ଚାଲିଛି ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ । କୋଦଳା ତହସିଲଦାର ତଥା କୋଭିଡ ନୋଡାଲ ଅଫିସର ପ୍ରଭାତ କୁମାର ପରିଡାଙ୍କ ପ୍ରତ୍ୟେକ୍ଷ ତତ୍ଵାବଧାନ ରେ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି , ସ୍ଵତନ୍ତ୍ର କୋଭିଡ ଅଧିକାରୀ କବିରାଜ ଆର୍ଯ୍ୟ ପ୍ରତ୍ୟେକ ୱାର୍ଡ ବୁଲି ଲୋକଙ୍କୁ ସଚେତନ କରିବା ସହିତ ଲକ୍ଷଣ ନ ଲୁଚାଇ ପ୍ରଶାସନକୁ ସହଯୋଗ କରି ନିଜ ନିଜର ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ କରି କରୋନାକୁ ସମୁଳେ ବିନାଶ କରିବାକୁ ପ୍ରଚାର କରୁଛନ୍ତି । ପ୍ରତ୍ୟେକ ଦିନ ପୂର୍ବାହ୍ନରେ ୱାର୍ଡ ଅଧିକାରୀ , ଅଙ୍ଗନୱାଡି କର୍ମୀ ଓ କୋଭିଡ ମନିଟରଙ୍କ ସହିତ ଆଲୋଚନା କରି ଯେଉଁ ମାନଙ୍କ ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ଯେନତେନ ପ୍ରକାରେ ସେମାନଙ୍କୁ ଆଣି ସ୍ଵର୍ଣ୍ଣମୟୀ ଉଚ୍ଚ ବିଦ୍ୟାଳୟ ଠାରେ ଚାଲିଥିବା ଆଣ୍ଟିଜେନ ଓ ସ୍ବାବ ଟେଷ୍ଟ କେନ୍ଦ୍ରରେ ସେମାନଙ୍କ ଟେଷ୍ଟ କରାଇବାକୁ ପରାମର୍ଶ ଦେଉଥିବା ଦେଖାଦେଇଛି । ଏହି ପରୀକ୍ଷା କେନ୍ଦ୍ରରେ ସମସ୍ତ ୱାର୍ଡ ରୁ ଶୁକ୍ରବାର ସୁଦ୍ଧା ୭୦୭ ବ୍ୟକ୍ତି ପରୀକ୍ଷା ପାଇଁ ଆସିଥିବା ବେଳେ ୫୯୦ ଜଣଙ୍କ ଆଣ୍ଟିଜେନ ଓ ୧୧୭ ଜଣଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ୮୪ ପଜେଟିଭ ବାହାରି ଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୬୮ ରିକୋଭେରି ହୋଇଯାଇଥିବା ବେଳେ ବର୍ତ୍ତମାନ ପାରଳା ମହାରାଜା ରେ ୭,ଅଶ୍ଵିନୀ ୧,ସମ ୧,କୋଭିଡ କେୟାର ହୋମ ୪ ରହିଥିବା ବେଳେ ଗୃହ ସଙ୍ଗରୋଧ ରେ ୫ ଜଣ ଥିବା ଜଣାପଡ଼ିଛି । ଏ ସମସ୍ତ ପଜେଟିଭ ଅଗଷ୍ଟ ୩ ସୁଦ୍ଧା ୪୭୨ ଜଣଙ୍କ ପରିକ୍ଷ୍ଯାରୁ ବାହାରିଥିବା ବେଳେ ଅଗଷ୍ଟ ୪ ଠାରୁ ୭ ପର୍ଯନ୍ତ ୨୩୫ ବ୍ୟକ୍ତିଙ୍କ ପରୀକ୍ଷା ହୋଇ କୌଣସି ପଜିଟିଭ ବାହାରି ନାହିଁ ।ଏନ୍ଏସି ପ୍ରଶାସନ ଏପରି ସଚେତନ କଲେ ବହୁ ଶୀଘ୍ର ଅଞ୍ଚଳ କରୋନା ମୁକ୍ତ ହେବ ବୋଲି ସମାଜସେବୀ , ସ୍ଵେଚ୍ଛାସେବୀ ବିଶ୍ଵାସ କରିଛନ୍ତି । ଏଣୁ କୌଣସି ବ୍ୟକ୍ତି କୌଣସି ଲକ୍ଷଣ ନ ଲୁଚାଇ ପ୍ରଶାସନକୁ ସହଯୋଗ କରିବା ସହିତ କରୋନା ହରାଇବାରେ ସହାୟକ ହେବାକୁ ପ୍ରଶାସନ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.