କୋଦଳା ପୋଲିସ ର ସଚେତନ ରାଲି ।

0 618

କୋଦଳା,ତା-୨୬/୦୬(ପିପିଟି); ଘରେ ରୁହନ୍ତୁ ,ସୁରକ୍ଷିତ ରୁହନ୍ତୁ । ମାସ୍କ ବ୍ୟବହାର କରନ୍ତୁ , କରୋନାକୁ ହରାନ୍ତୁ । ସାମାଜିକ ଦୂରତା ରକ୍ଷା କରନ୍ତୁ । ସାବୁନରେ ବାରମ୍ବାର ହାତ ଧୁଅନ୍ତୁ , ନିଜକୁ କରୋନା ଠାରୁ ସୁରକ୍ଷିତ ରଖନ୍ତୁ ଏହା ଥିଲା କୋଦଳା ପୋଲିସର କରୋନା ସମ୍ପର୍କିତ ସଚେତନ ବାର୍ତ୍ତା । ଶୁକ୍ରବାର ଅପରାହ୍ନ ରେ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତ୍ରୁତ୍ଵ ରେ ସବଇନିସପେକ୍ଟର ଆରତୀ ପରିଡା , ବୀଘ୍ଣେଶ୍ଵର ସାହୁ , ଏଏସ୍ଆଇ ମହେଶ୍ୱର ବେହେରା ,ରାଇଟର ପ୍ରଶାନ୍ତ ରେଡ୍ଡୀ ,ବେଗୁନିଆପଡା ଫାଣ୍ଡି ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା ସମେତ ସମସ୍ତ ପୋଲିସ କର୍ମଚାରୀ ମିଳିତ ଭାବେ ସାମାଜିକ ଦୂରତ୍ୱ ବଜାୟ ରଖି ଥାନା ପରିସରରୁ ବିଭି୍ନ୍ନ ପ୍ରକାର କରୋନା ସମ୍ବନ୍ଧୀୟ ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ କୋଦଳା ଏନ୍ଏସି ଓ ବେଗୁନିଆପଡା ଗ୍ରାମ ପରିକ୍ରମା କରି ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ । କରୋନା ସଂକ୍ରମଣର ଭୟାବହତାକୁ ନଜର ରେ ରଖି ଘରେ ରହି ନିଜକୁ ସୁରକ୍ଷିତ ରଖନ୍ତୁ ବୋଲି ପରାମର୍ଶ ଦେଇଥିଲେ ।ପୋଲିସ ଏହି ଉଦ୍ୟମକୁ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି ।

Leave A Reply

Your email address will not be published.