କୋଦଳା ପୋଲିସର ବଦାନ୍ୟତା ।

0 156

କୋଦଳା,(ପିପିଟି ନ୍ଯୁଜ୍)୧୯/୦୪- ମହାମାରୀ କରୋନା ମୁକାବଲାରେ ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କ ନେତ୍ରୁତ୍ଵ ରେ କୋଦଳା ପୋଲିସ ର ଗୁରୁତ୍ଵ ପୂର୍ଣ ଭୂମିକା ପରିଲକ୍ଷିତ ହୋଇଛି । ରାତିଦିନ ଏକ କରି ଲୋକଙ୍କୁ ସେବା ଯୋଗାଇଛନ୍ତି ପୋଲିସ ବାବୁ ।ଦିନ ରେ ନାକାବନ୍ଦି ସାଙ୍ଗକୁ ରାତି ପେଟ୍ରୋଲିଙ୍ଗ୍ । ଅମାନିୟା ସାବାଡ଼ ହୋଇଛନ୍ତି । ଏଠାରୁ ଆଉ ଏକ ପାଦ ଆଗକୁ ଯାଇ ରବିବାର ଅସହାୟ ଓ  ନିରାଶ୍ରୟ ଲୋକଙ୍କ ପାଖକୁ ଯାଇ ସେମାନଙ୍କୁ କିଛି ଖାଦ୍ୟ ପାନୀୟ ର ବ୍ୟବସ୍ଥା କରିଥିବା ଜଣା ପଡିଛି ।ଏହି ଟିମ ରେ ଥାନା ଏସଆଇ ଅନୀଲ କୁମାର ସାହୁ , ବୀଘ୍ଣେଶ୍ଵର ସାହୁ , ଏଏସ୍ଆଇ ମହେଶ୍ୱର ବେହେରା , ରାଇଟର ପ୍ରଶାନ୍ତ କୁମାର ରେଡ୍ଡୀ , ସମସ୍ତ କନେଷ୍ଟବଳ , ଗ୍ରାମରକ୍ଷୀ  ସହଯୋଗ କରିଥିଲେ ।

Leave A Reply

Your email address will not be published.