କୋଦଳା ଏନ୍ଏସି ର ବୃକ୍ଷରୋପଣ କାର୍ଯକ୍ରମ ।

0 633

କୋଦଳା,୨୮/୦୮(ପିପିଟି); “ବୃକ୍ଷ ବଞ୍ଚିଲେ ଜୀବ ଜଗତ ବଞ୍ଚିବ “। ବୃକ୍ଷ ହିଁ ଜୀବନ ।ଶୁକ୍ରବାର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ପ୍ରତ୍ଯେକ୍ଷ ତତ୍ଵାବଧାନ ରେ ମୁଖ୍ୟ ଅତିଥି ତହସିଲଦାର ପ୍ରଭାତ କୁମାର ପରିଡା , ଏନ୍ଏସି ସ୍ଵତନ୍ତ୍ର ଅଧିକାରୀ ଅଶୋକ କୁମାର ମୁଦୁଲି , କୋଭିଡ ସ୍ଵତନ୍ତ୍ର ଅଧିକାରୀ କବିରାଜ ଆର୍ଯ୍ୟ,କନିଷ୍ଠ ଯନ୍ତ୍ରୀ ଜତିନ୍ଦ୍ର ମୋହନ ବେହେରା , ସ୍ବଚ୍ଛତା ଏକ୍ସପୋର୍ଟର ଚନ୍ଦ୍ର ମାରାଣ୍ଡିଙ୍କ ଉପସ୍ଥିତିରେ କୋଦଳା ଥାନା ରାସ୍ତାରେ କୋଭିଡ ଗାଇଡ ଲାଇନକୁ ପାଥେୟ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।କୃଷି ଓ କୃଷକର ବିକାଶ ନିମନ୍ତେ କାମ କରିବା ସଙ୍ଗେ ସଙ୍ଗେ ପରିବେଶ ସନ୍ତୁଳନ ରକ୍ଷାକରିବା ଲକ୍ଷ୍ୟ ନେଇ ବୃକ୍ଷରୋପଣ କରାଯାଉଛି ବୋଲି କହିବା ସହିତ ବୃକ୍ଷରୋପଣ କରିବା ଦ୍ଵାରା ପରିବେଶ ସୁରକ୍ଷା ହୋଇ ଭଲ ବର୍ଷା ହେବା ସଙ୍ଗେ ସଙ୍ଗେ ଜୀବ ଜଗତକୁ ଆବଶ୍ୟକୀୟ ଅମ୍ଳଜାନ ମିଳିପାରିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଥିଲେ । ଆଜିର ଏହି କାର୍ଯକ୍ରମ ରେ ଫୁଲ ,ଫଳ ଓ ବିଭିନ୍ନ କିସମର ଔଷଧିୟ ବୃକ୍ଷରୋପଣ କରାଯାଇଥିବା ଜଣାପଡ଼ିଛି । ବୃକ୍ଷ ରୋପଣ ସହିତ ଗଛ ର ସୁରକ୍ଷା ନିମନ୍ତେ ଲୁହାଜାଲିବାଡ ଘେରାଉ କରାଯାଇଛି । ପ୍ରତ୍ୟେକ ଦିନ ଗଛର ସୁରକ୍ଷା ପାଇଁ ଗଛ ମୂଳରେ ପାଣି , ସାର ଓ ଯତ୍ନ ନେବାପାଇଁ ସ୍ୱଚ୍ଛସାଥି ମାନଙ୍କୁ ଦାୟିତ୍ଵ ଦିଆଯାଇଛି । ଏନଏସି ପକ୍ଷରୁ ବିଭିନ୍ନ ରାସ୍ତା , ପୋଖରୀ ହୁଡା ,ମନ୍ଦିର , ବିଦ୍ୟାଳୟ ପାର୍ଶ୍ଵରେ ବୃକ୍ଷରୋପଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି । ଏହି କାର୍ଯକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱଚ୍ଛସାଥି , ସୁପରଭାଇଜର ସମେତ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.