କେ ଏସ୍ ୟୁ ବି ଲେଜରେ ଏନସିସି ଦିବସ ପାଳିତ ।

0 254

ଭଞ୍ଜନଗର,୨୮/୧୧(ପିପିଟି): ସ୍ଥାନୀୟ କେ ଏସ୍ ୟୁ ବି କଲେଜ ରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ( ଏନ୍ ସି ସି) ବାହିନୀ ଦିବସ ପାଳିତ ହୋଇଯାଇଛି।  ତନରଡା ସ୍ଥିତ ଆଇ ଆର୍ ବି ୮ମ ସ୍ଵତନ୍ତ୍ର ବାଟାଲିୟନ କମାଣ୍ଡିଙ୍ଗ ଅଫିସର ଲିଙ୍ଗରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନ୍ ସି ସି ପତାକା କୁ ଉତୋଳନ କରିବା ସହ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହାପରେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ଡଃ ସୁବାସ ଚନ୍ଦ୍ର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । କମାଣ୍ଡିଙ୍ଗ ଅଫିସର ଶ୍ରୀ ମିଶ୍ର ଏହି ଅବସରରେ ଏନ୍ ସି ସି ଛାତ୍ର ଛାତ୍ରୀ ଙ୍କ ଭୂମିକା ଏବଂ କେଉଁ ଉଦ୍ଦେଶ୍ଯ ନେଇ ଏନ୍ ସି ସି ଗଠନ ହୋଇଥିଲା ସେ ନେଇ କହିଥିଲେ।  ନାଭାଲ୍ ଅଫିସର ଲେଫ୍ଟନାଣ୍ଟ ଡଃ ରବିନ୍ଦ୍ର କୁମାର ମିଶ୍ର ସ୍ଵାଗତ ଭାଷଣ ଦେଇଥିବା ବେଳେ ଏନ୍.ସି.ସି ଆର୍ମି ଅଫିସର ଲେଫ୍ଟନାଣ୍ଟ ରଜନୀ କାନ୍ତ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ। ଶେଷରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

 

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.