କେନ୍ଦୁପତ୍ର ଗୋଦାମ ଘରେ ନିଆଁ ଲାଗି ୧୩ କ୍ବଣ୍ଟାଲ ପତ୍ର ନଷ୍ଟ, କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ।

0 606

ପଦ୍ମପୁର,ତା ୦୧ /୦୭ (ପିପିଟି); ପଦ୍ମପୁର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ସୋହେଲା ରେଞ୍ଜର ବଳଣ୍ତା କେନ୍ଦୁପତ୍ର ଫଡିଘରକୁ କେହି ଜଣେ ଦୁବୁର୍ତ୍ତ ପୋଡି ଦେଇଥିବାର ଅଭିଯୋଗ ବିଜେପୁର ଥାନାରେ କରାଯାଇଛି  । କେନ୍ଦୁପତ୍ର ଖରିଦ କାର୍ଯ୍ୟ ସମାପ୍ତ ହେବାପରେ ଏବେ ବିଭିନ୍ନ କେନ୍ଦୁପତ୍ର ଗୋଦାମ ଘରେ କେନ୍ଦୁପତ୍ର ମହଜୁଦ ଅଛି  । ପ୍ରଥମ ପର୍ଯ୍ୟାୟରେ ଅନେକ ଗୋଦାମ ଘରେ କେନ୍ଦୁପତ୍ର ବନ୍ଧେଇ କାର୍ଯ୍ୟ ଚାଲିଛି  । ସୋହେଲା ରେଞ୍ଜ ଅଧିନସ୍ଥ ବିଜେପୁର ଥାନା ଅନ୍ତର୍ଗତ ବଳଣ୍ତା କେନ୍ଦୁପତ୍ର ଗୋଦାମ ଘରକୁ ୨ ଦିନ ତଳେ ରାତିରେ ପୋଡି ଦିଆଯାଇଥିବା ନେଇ ସୋହେଲା ରେଞ୍ଜର ନନ୍ଦ କିଶୋର ସିଦ୍ଧାର ବିଜେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି  । ବଳଣ୍ତା କେନ୍ଦୁପତ୍ର ଗୋଦାମ ଘରେ ଚଳିତ ସିଜନରେ ୮୨ ହଜାର ୨ ଶହ ଟଙ୍କା ର ପତ୍ର ଖରିଦ କରାଯାଇଥିଲା । ଏହାର ବିକ୍ରୀ ମୂଲ୍ୟ ଆନୁମାନିକ ୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ । ବଲାଙ୍ଗୀର କେନ୍ଦୁପତ୍ର ବିଭାଗର ସିସିଏଫ  ପ୍ରଦୀପ୍ତ ମହାପାତ୍ର ଆଜି ଘଟଣା ସ୍ଥଳର ସରଜମିନ ତଦନ୍ତ କରିଛନ୍ତି  । ଗତ ପ୍ରାୟ ୨ ବର୍ଷ ଭିତରେ ପଦ୍ମପୁର କେନ୍ଦୁପତ୍ର ଡିଭିଜନ ପାଖାପାଖି ୭ /୮ ଟି ଗୋଦାମ ଘର ପୋଡିଯିବା ଦ୍ବାରା ବିଭାଗର ଲକ୍ଷାଧିକ ଟଙ୍କା କ୍ଷତି ହୋଇଛି  । ଆଗରୁ କୁମୀର, ଖଇରା, ଝାରମୁଣ୍ତା, ଲୁହାରପାଲି, କଲଙ୍ଗାପାଲି, ସୁକୁଳି ପାହାଡା, ବସ୍ତା ଭର୍ତ୍ତି ଫଡି ଘରକୁ ପୋଡାଇ ଦିଆଯାଇଥିଲେ ମଧ୍ୟ ଦୁର୍ବୃତ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି  । କମ୍ପାନୀ  କା ମାଲ ଦରିଆ ମେ ଡାଲ୍ ନୀତିରେ କେନ୍ଦୁପତ୍ର ବିଭାଗର ଅଧିକାରୀ ମାନେ ଚୁପ ଅଛନ୍ତି  । କେନ୍ଦୁପତ୍ର ବିଭାଗର ଲୋକେ ସଂପୃକ୍ତ ନ ଥିଲେ ଏଭଲି ବାରମ୍ବାର କେନ୍ଦୁପତ୍ର ଗୋଦାମ ଘର ପୋଡିବ ନାହିଁ ବୋଲି ତଥ୍ଯଭିଜ୍ଞ ମହଲ  ବିଶ୍ବାସ କରିଛି  । ବର୍ଷକୁ ବର୍ଷ ପଦ୍ମପୁର ଡିଭିଜନରେ କେନ୍ଦୁପତ୍ର ଗୋଦାମ ଘର ପୋଡିଥିବା ଯୋଗୁଁ ଓ ଏଥି ପାଇଁ ରାଜ୍ୟ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା  ରାଜସ୍ୱ ହାନୀ ହୋଉଥିବାରୁ ଏହି ଘଟଣା ତଦନ୍ତ ଭାର ରାଜ୍ୟ କ୍ରାଇମବ୍ରାଞ୍ଚ ହାତରେ ନ୍ଯସ୍ତ କରିବା ପାଇଁ ପଦ୍ମପୁର ର ପୂର୍ବତନ ବିଧାୟକ ତଥା ପଦ୍ମପୁର କେନ୍ଦୁପତ୍ର ସଂଘର ନେତା ପ୍ରଦୀପ ପୁରୋହିତ ଓଡିଶା ମୁଖ୍ଯମନ୍ତ୍ରୀଙ୍କ ଠାରେ ଦାବି ଉପସ୍ଥାପନା କରିଛନ୍ତି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.