କୃଷି ବିଜ୍ଞାନ କେନ୍ଦ୍ରର ଉପଦେଷ୍ଟା ମଣ୍ଡଳୀ ବୈଠକ ।

0 206

ବାଲିଆପାଳ,୦୮/୧୧:ଜିଲା କୃଷି ବିଜ୍ଞାନ କେନ୍ଦ୍ରର ଅଷ୍ଟାଦେଶ ଉପଦେଷ୍ଟା ମଣ୍ଡଳୀ ବୈଠକ ଶୁକ୍ରବାର ବାଲିଆପାଳ ବ୍ଲକ ଦେଭୋଗ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ସଂପ୍ରସାରଣ ନିର୍ଦ୍ଦେଶାଳୟ (ଓୟୁଏଟି)ର ଯୁଗ୍ମନିର୍ଦ୍ଦେଶକ ଡ.ପ୍ରଶାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା କେନ୍ଦ୍ରର ମୁଖ୍ୟ ଡ.ସ୍ୱାଗତିକା ସାହୁ ବିଗତ ବର୍ଷ କରଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଫଳାଫଳ ଏବଂ ଆସନ୍ତା ବର୍ଷର କାର୍ଯ୍ୟ ଖସଡାକୁ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏହି ବୈଠକରେ କଲକତା ଅଟାରୀ କୃଷି ବିଜ୍ଞାନ କେନ୍ଦ୍ରର ପ୍ରଧାନ ବୈଜ୍ଞାନିକ ଡ.କଲ୍ୟାଣ ସୁନ୍ଦର ଦାସ ଯୋଗ ଦେଇ ବୈଜ୍ଞାନିକ ମାନେ କରୁଥିବା କାର୍ଯ୍ୟର ଡକୁମେଂଟସନ କରିବା ପାଇଁ ପ୍ରାଧାନ୍ୟ ଦେବାକୁ କହିଥିଲେ । ଓୟୁଏଟିର ଅଧ୍ୟକ୍ଷ ପ୍ରାଧ୍ୟାପକ ପ୍ରସନ୍ନଜିତ ମିଶ୍ର ଆଭାସି ମାଧ୍ୟମରେ ବୈଠକରେ ଯୋଗ ଦେଇ ତାଙ୍କ ସୁଚିନ୍ତିତ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା କୃଷି ଆନୁସଙ୍ଗିକ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ଆଗାମୀ ବର୍ଷର କାର୍ଯ୍ୟ ଖସଡା ନିମନ୍ତେ ସେମାନେ ମତାମତ ରଖିଥିଲେ । ବସ୍ତା ବ୍ଲକର ଅଗ୍ରଣୀ ଚାଷୀ ଆରତୀ ସାହୁ,ଜଳେଶ୍ୱର ବ୍ଲକର ଅଗ୍ରଣୀ ସାହୁ ମଞ୍ଜୁଲତା କର,ଭୋଗରାଇ ବ୍ଲକର ଅଗ୍ରଣୀ ଚାଷୀ ଭୂବନ ପ୍ରମାଣୀକ, ବାଲିଆପାଳ ବ୍ଲକର ଅଗ୍ରଣୀ ଚାଷୀ ସୁକୁମାର ସାମନ୍ତ ଆଲୋଚନାରେ ଅଂଶ ଗ୍ରହଣ କରି ଜିଲାର ଚାଷୀମାନଙ୍କ ଚାଷୀମାନଙ୍କ ସମସ୍ୟା ଉପରେ ମତାମତ ରଖିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡ.ଅମିତା ପାତ୍ର, ଡ.ପ୍ରଭାମଞ୍ଜରୀ ଗିରି,ଅମିତ ମାଝୀ, କମଳାକାନ୍ତ ବେହେରା,ନିରୋଜ କୁମାର ଜେନା ନିଜ ନିଜ ବିଭାଗର କାର୍ଯ୍ୟାବଳୀ ଓ କାର୍ଯ୍ୟ ଖସଡା ଉପରେ ଆଲୋଚନା କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଲକ୍ଷ୍ମଣ ମୁମ୍ରୁ୍ର,ପ୍ରାଣୀ ଚିକିତ୍ସା ଅଧିକାରୀ ଦେବେନ୍ଦ୍ର ସୋଲାଙ୍କୀ, ନାବାର୍ଡ ଅଧିକାରୀ ତାପସ ପ୍ରଧାନ,କୃଷି ବିଜ୍ଞାନ କେନ୍ଦ୍ର ଭଦ୍ରକ ଓ ମୟୂରଭଞ୍ଜର ବରିଷ୍ଠ ବୈଜ୍ଞାନିକ ସଞ୍ଜୟ ମହାନ୍ତି ଓ ସଙ୍ଗମିତ୍ରା ପଟ୍ଟନାୟକ,ଟାଟା ଷ୍ଟିଲର ପ୍ରମୋଦ କୁମାର ପାତ୍ର,ଜିଲ୍ଲା ମତ୍ସ୍ୟ ଅଧିକାରୀ, ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ରର କର୍ମଚାରୀ ରଘୁନାଥ ସୋରେନ,ଲକ୍ଷ୍ମୀକାନ୍ତ ମୁର୍ମୁ, ପ୍ରଭାତ ସ୍ୱାଇଁ,ପ୍ରଦୀପ୍ତ ବିଶ୍ୱାଳ,ରାଜେଶ ବେହେରା,ଦେବେନ୍ଦ୍ର ନାଥ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.