କୃଷକ ସଙ୍ଗଠନ ପକ୍ଷରୁ ଚାଷୀ ମାନଙ୍କୁ ସମ୍ମାନୀତ କରାଗଲା ।

0 231

ଜଗତସିଂହପୁର (ପିପିଟି ନ୍ଯୁଜ୍)ତା୧୭/୦୫, କରୋନା ମହାମାରୀ, ବାତ୍ୟା, ବନ୍ୟା, ମରୁଡି ଭଳି ଅଗଣିତ ପ୍ରାକୃତିକ ବିପର୍ଯୟକୁ ସାମ୍ନା କରି  ସମସ୍ତ ଅନୁକୂଳ ଓ ପ୍ରତିକୂଳ ସମୟ ଓ ପରିସ୍ଥିତିରେ ନିଜ ଲହୁକୁ ଝାଳ ରେ ପରିଣତ କରି ଆମକୁ ଦାନା ଯୋଗାଉଥିବା ଆମମାନଙ୍କର ପ୍ରକୃତ ଯୋଦ୍ଧା କୃଷକ ମାନଙ୍କୁ  ଶନିବାର ଦିନ  ଅଖିଳ ଭାରତ କୃଷକ ସଭା ଜଗତସିଂହପୁର ଜୋନାଲ କମିଟି ପକ୍ଷରୁ ଉତ୍ସାହିତ କରା ଯାଇଥିଲା । ଜୋନାଲ କମିଟି ସଭାପତି ନାରାୟଣ ଦାସ ,ସମ୍ପାଦକ ନଟବର ନାୟକ, ଏଆଇୱାଇଏଫ୍  ର ରାଜ୍ୟ ଉପସଭାପତି ସତ୍ୟ ରଂଜନ ମହାନ୍ତି, ଲଷ୍ମୀ ଧର ସ୍ୱାଇଁ, ପ୍ରତାପ ଭୋଇ ପ୍ରମୁଖ ଉପସ୍ଥିତ ରହି କୃଷକମାନଙ୍କ ଦୀର୍ଘାୟୁ କାମନା କରିଥିଲେ ।
ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।

Leave A Reply

Your email address will not be published.