କୃଷକ ବିରୋଧୀ ଅଧ୍ୟାଦେଶ ପ୍ରତ୍ୟାହାର ପାଇଁ ୧୫ ଜୁନ ଦେଶବ୍ୟାପୀ ଦାବି ଦିବସକୁ ସଫଳ କର, କ୍ରାନ୍ତିକାରୀ କୃଷକ ସଭା ।

0 509

ବ୍ରହ୍ମପୁର,(ପିପିଟି) ୧୪/୦୬, କୃଷକ ଓ କୃଷିର ସର୍ବନାଶ କରିବା ପାଇଁ ମୋଦି ସରକାର ରାତି ଅଧିଆ ୦୩ଟି ଅଧ୍ୟାଦେଶ ଆଣିଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଜାତୀୟ ପରିଷଦ ପକ୍ଷରୁ ୧୫ ଜୁନ ୨୦୨୦ କୁ ସର୍ବଭାରତୀୟ ଦାବି ଦିବସ ପାଳନ କରିବା ପାଇଁ ଭିଡିଓ ସମ୍ମିଳନୀ ମାଧ୍ୟମରେ ନିଷ୍ପତ୍ତି ନିଆଯାଇଛି । ଏହି ଆଲୋଚନାରେ ଜି.ଡି.ପି ଅପେକ୍ଷା ଜୀବନକୁ ପ୍ରଧାନ୍ୟ ଦେବା, କୋଭିଡ ୧୯ର ମୁକାବିଲା ପାଇଁ ଜ.ଡି.ପିର ୫ ପ୍ରତିଶତ ଖର୍ଚ୍ଚ କରିବା, ପ୍ରତ୍ୟେକ ପରିବାରକୁ ୪୦ କେଜି ଚାଉଳ ସହ ଜରୁରୀ ରାସନ ସାମଗ୍ରୀ, ଅଭାବୀ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା, ମୃତ ପ୍ରବାସୀ ଶ୍ରମିକ ପରିବାରକୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ, କୃଷକ ଓ କୃଷି ବିରୋଧୀ ୩ ଟି ଅଧ୍ୟାଦେଶର ପ୍ରତ୍ୟାହାର, କୃଷି କ୍ଷେତ୍ରରେ କର୍ପୋରେଟ କମ୍ପାନୀର ପ୍ରବେଶକୁ ନିଷିଦ୍ଧ କରିବା, ସ୍ବାମୀନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ଦରକୁ ସୁନିଶ୍ଚିତ କରିବା, କୃଷି କାର୍ଯ୍ୟ ସହ ମନରେଗାକୁ ଯୋଡି ପ୍ରତ୍ୟେକ ପରିବାରକୁ ଅତିକମରେ ୨୦୦ ଦିନର କାମ ଯୋଗାଇବା ଏବଂ ମନରେଗାର ସର୍ବନିମ୍ନ ଦୈନିକ ମଜୁରୀ ୩୦୦ ଟଙ୍କାକୁ ବୃଦ୍ଧି କରିବା, ସମସ୍ତ କୃଷି ଋଣ ଛାଡ କରି ଚାଷୀର ଋଣ ବୋଝରୁ ମୁକ୍ତ କରିବା , ବିଦ୍ୟାର୍ଥୀଙ୍କ ଫିସ ଛାଡ କରି ଭବିଷ୍ୟତ ନିର୍ମାଣ ରେ ସହଯୋଗ କରିବା, ଜୋର ଜବରଦସ୍ତ ଋଣ ଓ ସୁଧ ଆଦାୟ କରୁଥିବା ମାଇକ୍ରୋଫାଇନାନ୍ସ କମ୍ପାନୀ ମାନଙ୍କୁ ଜବତ କରିବା ଆଦି ଦାବି ନେଇ କୃଷକ ମାନେ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ଆହ୍ବାନ ଦିଆଯାଇଛି । ଲକଡାଉନ ନାମରେ କୃଷକ ଓ ଶ୍ରମିକ ବିରୋଧୀ ନୀତି ଆପଣାଉଥିବା ମୋଦି ସରକାର ଙ୍କ ମନ କି ବାତ ନ ଶୁଣି ବର୍ତ୍ତମାନ କୃଷକ ମାନଙ୍କ ମନ କି ବାତ ଶୁଣିବା ପାଇଁ କେନ୍ଦ୍ର ମୋଦି ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବା ପାଇଁ ୧୫ ଜୁନ ସର୍ବଭାରତୀୟ ସ୍ତରରେ ଏହି ଦାବି ଦିବସ ପାଳନ କରିବା ପାଇଁ କୃଷକ ବଂଧୁମାନଙ୍କୁ ନିବେଦନ କରାଯାଇଛି ।  ଆମ ରାଜ୍ୟରେ କୃଷକ ମାନେ କିଭଳି ଅଧିକ ସଂଖ୍ୟାରେ ସାମିଲ ହୋଇପାରିବେ ସେଥିପାଇଁ କ୍ରାନ୍ତିକାରୀ କୃଷକ ସଭା ରାଜ୍ୟ କମିଟି ପକ୍ଷରୁ ଏକ ଟେଲିଫୋନିକ କନଫରେନସ ମାଧ୍ୟମରେ ୧୧ ଜୁନ ୨୦୨୦ ଅପରାହ୍ନ ୫ ଘଟିକା ଆଲୋଚନା ହୋଇଥିଲା ଏବଂ ସମସ୍ତ ସାଥିଙ୍କ ନିକଟରେ ଲିଫଲେଟ ଓ ପୋଷ୍ଟର ପହଞ୍ଚାଇବାରେ ବ୍ୟବସ୍ଥା କରାଯାଇଥିଲା । ଗାଁ ଠାରୁ ସହର, ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରୁ  ରାଜଭବନ ପର୍ଯ୍ୟନ୍ତ ପ୍ରତିବାଦ ଗଢି ତୋଳିବା ସହ ୩ଟି ଅଧ୍ୟାଦେଶ କପି କୁ ପୋଡିବା ପାଇଁ ନିଷ୍ପତ୍ତି ହୋଇଛି । କୋଭିଡ ୧୯ ମହାମାରୀ ଆମ ଦେଶରେ ଭୟଙ୍କର ସ୍ଥିତି ଆଡକୁ ଅଗ୍ରସର ହେଉଥିବା ଯୋଗୁଁ ମାସ୍କ ପିନ୍ଧିବା ଓ ଶାରୀରିକ ଦୂରତା ରଖିବା ପାଇଁ ସମସ୍ତ ସାଥୀମାନଙ୍କୁ ଅନୁରୋଧ କରାଯାଇଛି । ଏହି ଆଲୋଚନାରେ ରାକେଶ, ରମେଶ ପ୍ରଧାନ,  ପ୍ରମୋଦ ରଥ, ଟୁନା ମଲ୍ଲିକ, କିଶୋର, ରମେଶ ପରିଡ଼ା, ବୃନ୍ଦାବନ ବାରିକ, କାଶୀନାଥ ଜେନା, ପୂର୍ଣ ଚନ୍ଦ୍ର ପ୍ରଧାନ ବଳଭଦ୍ର ମଲ୍ଲିକ, କହ୍ନେଇ, ଦଣ୍ଡପାଣି ଜାନି, ପ୍ରସନ୍ନ ଦଳ ବେହେରା, ସୁରେନ୍ଦ୍ର ମଲ୍ଲିକ, ଅକ୍ଷୟ ସାହୁ, ପି.ପାର୍ବତୀ, କେଶବ ସ୍ବାଇଁ ଆଦି ବହୁ ସଂଖ୍ୟକ ନେତୃତ୍ବ ରାଜ୍ୟ ସମ୍ପାଦକ ଶଙ୍କର ସାହୁଙ୍କ ସହ ଆଲୋଚନା ରେ ଭାଗ ନେଇ ଥିଲେ । ଏହି ଦାବି ଦିବସକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଥିବା ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ସୂଚନା ପ୍ରଦାନ କରାଯାଛି ।

Leave A Reply

Your email address will not be published.