କୁଆଖିଆ ପୋଲିସର ସଫଳତା :୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ କଲା ।

0 447

ଯାଜପୁର,୨୦/୦୮(ପିପିଟି) ; ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ୯ କେଜି ୮ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରିବାରେ ମଧ୍ୟ ସକ୍ଷମ ହୋଇଛି। ମିଳିଥିବା ସୂଚନା ମୁତାବକ, ବିଶେଷ ସୂତ୍ରରୁ ଖବର ପାଇ କୁଆଖିଆ ବଜାର ନିକଟ ୨୦ନଂ ଜାତୀୟ ରାଜପଥ ମୁଗୁପାଳ ଛକରେ ଏହି ଦୁଇ ଜଣଙ୍କୁ ପେଟ୍ରୋଲିଂ ସମୟରେ ପୋଲିସ ଗିରଫ କରିଥିଲା। ଗିରଫ ସମୟରେ ସେମାନଙ୍କ ନିକଟରୁ ୯ କେଜି ୮ଶହ ଗ୍ରାମ ଗଞ୍ଜେଇ, ନଗଦ ୧୧ହଜାର ୪୧୦ଟଙ୍କା, ଗୋଟିଏ ବାଇକ ଓ ୨ଟି ମୋବାଇଲକୁ ପୋଲିସ ଜବତ କରିଛି। ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି।

Leave A Reply

Your email address will not be published.