କାରରୁ ୧୨୦ କିଲୋ ଗଞ୍ଜାଇ ଜବତ,୫ ଜଣ ଗିରଫ । ନନ୍ଦ ପଟ୍ଟନାୟକ ।

0 520

ଫୁଲବାଣୀ,୧୯/୦୮(ପିପିଟି); କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପୋଲିସ ଗତ ୧୮ ତାରିଖ ରାତିରେ ଏକ ନମ୍ବର ବିହୀନ ପ୍ରେସ୍ ଲେଖାଥିବା ସ୍ବୀଫ୍ଟ ଡିଯାଇଆର କାରରୁ ୧୨୦କିଲୋ ଗଞ୍ଜାଇ ସହ ୫ ଜଣ ଯୁବକଙ୍କୁ ଗିରଫ କରିଛି । ଏନେଇ ଆଜି ସଦର ଏସଡିପିଓ ଏମ.ଏନ ମୁର୍ମୁ ଏକ ପ୍ରେସ ମିଟ୍ କରି ଗୋଛାପଡା ଥାନା କେସ ନମ୍ବର ୪୭ , ତା-୧୮.୦୮.୨୦୨୦ ରେ ଏକ କେସ ରୁଜ୍ଜୁ ହୋଇ ୫ ଜଣ ଯୁବକଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ୧୨୦ କିଲୋ ଗଞ୍ଜେଇ ନଗଦ ୧,୪୭,୦୦୦ ଟଙ୍କା ଓ ଚାରିଟି ମୋବାଇଲ ଜବତ କରାଯାଇଥିବା ବେଳେ ସେମାନେ ବ୍ୟବହାର କରୁଥିବା ପ୍ରେସ ଲେଖାଥିବା କାର ଟିକୁ ମଧ୍ୟ ଜବତ କରିଥିବା ସୂଚନା ଦେଇଥିଲେ । ଗିରଫ ଯୁବକମାନଙ୍କ ମଧ୍ୟରୁ କ୍ରିଷ୍ଣା ଚୌହାନ , ଅର୍ଜୁନ ଯାଦବ , ପରମାନନ୍ଦ ଯାଦବ , ଓ ଷ୍ଟିଫୋନ ଟିପ୍ପୋ ଛତିଶଗଡ଼ର ହୋଇଥିବା ବେଳେ ଜଣେ ସ୍ଥାନୀୟ ଯୁବକ ଆଦମ ଦିଗଲଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଥିଲେ । ଓ ଏହିମାନଙ୍କୁ ଧାରା 20 (B) (ii) (c)/29 N.D.P.S Act ରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଆଜି ଦର୍ଶାଇଥିଲେ । ରିପୋର୍ଟ – ଶିବା

Leave A Reply

Your email address will not be published.