କଳାହାଣ୍ଡି ଏସପିଙ୍କ ସମୟୋଚିତ ପଦକ୍ଷେପ ,ଚୋରାମଦ କାରବାରର ପର୍ଦ୍ଦାଫାସ ।

0 170

କଳାହାଣ୍ଡି,(ପିପିଟି ନ୍ଯୁଜ୍)୧୫/୦୫, ସମଗ୍ର ଭାରତ ବର୍ଷ  କରୋନା ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଓ ଲକଡାଉନ୍ ଭଳି ବ୍ୟବସ୍ଥା ଗ୍ରହଣ କରିଥିବା ବେଳେ କଳାହାଣ୍ଡି ରେ କିଛି ଅସାଧୁ ବ୍ୟକ୍ତି ଦେଶର ଏହି ଘଡିସନ୍ଧି ମୂହୁର୍ତ୍ତରେ ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ଚଢା ଦରରେ ମଦବିକ୍ରି କରି ମୁନାଫା ଉଠାଉଥିବା ଜଣାପଡିଛି ।ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି ଏସପିଙ୍କ ସ୍ପେସାଲ ସ୍କ୍ଵାଡ୍ ଇନ୍ସପେକ୍ଟର ଜଗବନ୍ଧୁ ଅଙ୍ଗାରିଆଙ୍କ ନେତୃତ୍ୱରେ କଲମପୁର  ବ୍ଲକ୍ ଅନ୍ତର୍ଗତ ମଣ୍ଡଳ ଗ୍ରାମ ସ୍ଥିତ ସରକାରୀ ଠିପିବନ୍ଦ ବିଦେଶୀ ମଦ ଦୋକାନରେ ଅତର୍କିତ ଚଢାଉ କରି ଅନିୟମିତତା ସଂପର୍କରେ ସୂଚନା ଦେଇଥିଲେ ।ପରେ ଘଟଣା ସ୍ଥଳରେ ଅବକାରୀ ବିଭାଗର ଡିଏସପି ଉମା ଶଙ୍କର ପ୍ରଧାନ ,ଇନ୍ସପେକ୍ଟର ଶୁଭକାନ୍ତ ନାୟକ ,ସବ୍ ଇନ୍ସପେକ୍ଟର ଦିଲିପ କୁମାର ରଥ ,ଜୟପାଟଣା ଥାନା ଅଧିକାରୀ ,କୁଟ୍ରୁ ଫାଣ୍ଡି ଅଧିକାରୀ କୃତିବାସ ପୁଝାରୀ ପ୍ରମୁଖ ମିଳିତ ତଦନ୍ତ କରି ୬୩୯୩୧ବୋତଲ କମ୍ ରହିଥିବା ଦେଖିବାକୁ ମିଳିଥିଲା ।ଅବକାରୀ ବିଭାଗ ର ସୂଚନା ଓ ଦୋକାନ ରେଜିଷ୍ଟର୍ ଅନୁଯାୟୀ ଦୋକାନ ସିଲ୍ ସମୟରେ ସମୁଦାୟ ଷ୍ଟକ୍ ୭୪୧୨ ବୋତଲ ବିଦେଶୀ ମଦ ରହିଥିଲା ,ଗତ କାଲି ତଦନ୍ତ ସମୟରେ ମାତ୍ର ୪୮୧ ବୋତଲ ଷ୍ଟକ୍ ଦେଖିବାକୁ ମିଳିଥିଲା ।ଏ ସଂପର୍କରେ ଦୋକାନ କର୍ମଚାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ ।ଜୟପାଟଣା ଥାନା କେଶ୍ ନମ୍ବର ୧୭୪/୨୦ ଭାରତୀୟ ଦଣ୍ଡ ବିଧାନ ଧାରା ୩୭୧,୨୭୦ ,୨୬୯ ଏବଂ ଧାରା ଆରଡବ୍ଲୁ ୫୨ଏ, ଅବକାରୀ ଆଇନ୍ ଅନୁଯାୟୀ ଦୋକାନ କର୍ମଚାରୀ ନିତ୍ୟାନନ୍ଦ ଗୁପ୍ତା କୁ ଅଟକ ରଖି ତଦନ୍ତ ଜାରି ରଖିଛି ।ସଂପୃକ୍ତ କର୍ମଚାରୀ ବହୁ ଚଢା ଦରରେ ଉକ୍ତ ମଦକୁ ବିକ୍ରି କରିଥିବା ଚର୍ଚ୍ଚା ହେଉଥିବା ବେଳେ ଘଟଣାକୁ ରଫାଦଫା କରିବାକୁ କିଛି ବ୍ୟକ୍ତି କସରତ ଆରମ୍ଭ କରିଥିବା ଶୁଣିବାକୁ ମିଳୁଛି ।ଖୋଦ୍ ଏସପିଙ୍କ  ଜାଣତରେ ହୋଇଥିବା ଏହି ଘଟଣାର ତଦନ୍ତର ରୂପରେଖ କେଉଁ ଆଡେ ଯାଉଛି ତାହା ଦେଖିବାକୁ ବାକି ରହିଲା ।
ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.