କରୋନା ସନ୍ଦିଗ୍ଧ ମହିଳାଙ୍କ ପାଇଁ ବେତାର ଗ୍ରାମକୁ ସିଲ କଲା ପ୍ରଶାସନ ।

0 473

ଭଞ୍ଜନଗର,(ପିପିଟି ନ୍ଯୁଜ୍)୨୨/୦୫,ଭଞ୍ଜନଗର ବ୍ଲକ ଅନ୍ତର୍ଗତ କୁଲାଡ଼ ପଞ୍ଚାୟତ ବେତାର ଗ୍ରାମରେ ରହୁଥିବା ଜଣେ  ମହିଳାଙ୍କ ଠାରେ କରୋନା ରୋଗର ଲକ୍ଷଣ ଥିବା ଜଣାପଡିବା ପରେ ପ୍ରଶାସଶନ ତରଫରୁ ସତର୍କତା ଅବଲମ୍ବନ କରାଯାଇଛି।ସନ୍ଦିଗ୍ଧ ମହିଳାଙ୍କୁ ଅଧିକ ପରୀକ୍ଷା ପାଇଁ କୋଭିଡ ହସ୍ପିଟାଲ କୁ ପଠାଯାଇଥିବା ଜଣାପଡିଛି।ଗତ କିଛି ଦିନ ତଳେ କରୋନା ମୁକାବିଲା କାର୍ଯ୍ୟରେ ନିୟୋଜିତ କିଛି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ସେଥିରେ ଉକ୍ତ ମହିଳାଙ୍କ ଠାରେ କିଛି ଲକ୍ଷଣ ଥିବା ଜଣାପଡିବା ପରେ ତୁରନ୍ତ ତାଙ୍କର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ଏବଂ ଉକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଆଉ କିଛି ଲୋକଙ୍କ ତଥ୍ୟ ସଂଗ୍ରହ କରାଯାଇଛି।ପ୍ରଶାସନ ତରଫରୁ ବେତାର ଗ୍ରାମକୁ ଅନ୍ୟ ଲୋକଙ୍କ ଯାତାୟତ ଉପରେ କଟକଣା ଲଗାଇବା ସହ ପ୍ରବେଶ ପଥକୁ ସିଲ କରାଯାଇଛି।ଗୁରୁବାର ସନ୍ଧ୍ୟାରେ ଏସମ୍ପର୍କରେ ଜଣାପଡିବା ପରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବିଡ଼ିଓ ଅନୀଲ କୁମାର ସେଠୀ ଓ ଅନ୍ୟ କର୍ମଚାରୀ ମାନେ ସେଠାରେ ପହଞ୍ଚି ଗ୍ରାମକୁ ସାନିଟାଇଜ କରି ଲୋକଙ୍କୁ ସତର୍କ କରିବା ସହ ସଚେତନ କରିଥିଲେ।ଆଜି ସକାଳେ ମଧ୍ୟ ଗ୍ରାମକୁ ସାନିଟାଇଜ କରିବା ସହ ଉକ୍ତ ମହିଳାଙ୍କ ସଂସ୍ପର୍ଶରେ ଆସିଥିବା ଆଖ ପାଖ ଗ୍ରାମର କିଛି ଲୋକଙ୍କୁ ପରୀକ୍ଷା ପାଇଁ ପଠାଯାଇଛି।ଏହି ଘଟଣା କୁନେଇ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.