କରୋନା ସଚେତନତାକୁ ନେଇ ପିପୁଲ୍ସ ଫର ଦି ପବ୍ଲିକ୍ ର ସାଧାରଣ ବୈଠକ ।

0 260

ବ୍ରହ୍ମପୁର,୨୬/୦୭; ସାଧାରଣ ଜନତା ତଥା ଗରିବ,ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକଙ୍କ ସମସ୍ୟା ପାଇଁ ଲଢୁଥିବା ପିପୁଲ୍ସ ଫର ଦି ପବ୍ଲିକ୍ ସଂଗଠନର ଆଜି ଦ୍ବିତୀୟ ସାଧାରଣ ବୈଠକ ବାବାଜି ତୋଟା ସାହି ସ୍ଥିତ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ସାମାଜିକ ଦୂରତା ରକ୍ଷା କରାଯାଇ ଅନୁଷ୍ଠିତ ହୋଇଥିଲା ।ପୂର୍ବ ବୈଠକରେ ସହରର କରୋନା ସମସ୍ଯା ସଂପର୍କରେ ଆଲୋଚନା କରାଯାଇ ପ୍ରଶାସନକୁ ଏକ ତିନିସୂତ୍ରୀ ସମାଧାନ ପନ୍ଥା ନେଇ ମହାନଗର ନିଗମ କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ପୂର୍ବ ବୈଠକ ତିନିସୂତ୍ରୀ ଦାବି ଯଥା ଦୋକାନୀମାନଙ୍କ କୋଭିଡ୍ ଟେଷ୍ଟ,ସଟ୍ ଡାଉନ ନ କରିବା ଓ ଚାଷୀମାନଙ୍କ ଶସ୍ଯ ନଷ୍ଟ ନ କରିବା ବିଷୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋଟିଏ ପ୍ରସ୍ତାବକୁ ଆଦୃତ କରିଥିବା ବେଳେ ଅନ୍ୟ ଦୁଇଗୋଟି ବିଷୟ ଗ୍ରହଣ କରିଛନ୍ତି । ଆଜିର ବୈଠକରେ ମେଡିକାଲରେ ଅକ୍ସିଜେନ ଅଭାବରେ ରୋଗୀର ମୃତ୍ୟୁ,କୋଭିଡ୍ ରୋଗୀ ମାନଙ୍କୁ ପଜିଟିଭ ଓ ନେଗେଟିଭ୍ ପ୍ରମାଣପତ୍ର ପ୍ରଦାନ କରିବା,ଶାନ୍ତି ଶୃଙ୍ଖଳା ପାଇଁ ଆମ ପୁଲିସ ଅଭିଯାନକୁ ତ୍ୱରାନ୍ୱିତ କରିବା,ପଜିଟିଭ ବାହାରିଥିବା ବ୍ଯକ୍ତିଙ୍କ ଘର ଓ ସାହିକୁ ବିଶୋଧନ କରିବା,ଟେଷ୍ଟିଙ୍ଗ୍ ଲ୍ଯାବ ବ୍ରହ୍ମପୁରରେ ସ୍ଥାପନ କରିବା,ଘର ସଙ୍ଗରୋଧରେ ରହୁଥିବା ରୋଗୀଙ୍କୁ ଏବଂ ତା’ପରିବାରକୁ ଔଷଧ ଓ ପରାମର୍ଶ,ୱାର୍ଡ କମିଟିକୁ ତ୍ବରାନ୍ବିତ କରିବା ଭଳି ବିଭିନ୍ନ ପ୍ରସଙ୍ଗ ଆଲୋଚନା ହୋଇଥିବା ବେଳେ ସଙ୍ଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା । ସଙ୍ଗଠନର ସଭାପତି ରୂପେ ଡ.ସୁବ୍ରତ କୁମାର ସାହୁ,ସଂପାଦକ ରୂପେ ସତୀଶ କୁମାର ପାଣିଗ୍ରାହୀ,କୋଷାଧ୍ୟକ୍ଷ ରୂପେ ତ୍ରୀପତି ପ୍ରସାଦ ସାହୁ,ଉପ ସଭାପତି ରୂପେ ସନତ କୁମାର ପଣ୍ଡା ଓ ଗୌରାଙ୍ଗ ଚୌଧୁରୀ,ମିଡିଆ ସେଲ୍ ରୂପେ ବିଶ୍ବନାଥ ମହାରଣା,ୟୁଥ୍ ସେଲ୍ ପ୍ରଦୀପ କୁମାର ସାହୁ,ଡି.ସନ୍ତୋଷ କୁମାର ଦାସ,ପି.କୁନା ସେନାପତି ଓ ଲୁନା ପରିଡା ଏବଂ ଉପଦେଷ୍ଟା ରୂପେ ଲୋକନାଥ ମିଶ୍ର ଓ ଇଂ. ଭାସ୍କର ବେହେରାଙ୍କୁ ଦାୟିତ୍ୱ ନିର୍ବାହ ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.