ଦିଗପହଣ୍ଡି,ତା- ୨୫/୦୬(ପିପିଟି); ମହାମାରୀ କରୋନା ଭୁତାଣୁ ବା କୋଭିଡ଼-୧୯ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । କରୋନା ଏବେ ଆମ ଦେଶ ଭାରତ ରେ ମଧ୍ୟ ଧୀରେ ଧୀରେ ତାର କାୟା ମେଲାଉଛି । ପ୍ରଧାନମନ୍ତ୍ରୀଙ୍କ ଠୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ କରୋନା କବଳରୁ ମାନବ ସମାଜକୁ କିପରି ରକ୍ଷା କରିବେ ସେ ଉପରେ ଉଦ୍ୟମ ଜାରୀରହିଛି । କରୋନା ଏବେ ଗଞ୍ଜାମଜିଲ୍ଲାରେ ତାର କାୟା ବିସ୍ତାର କରିଚାଲିଛି କିନ୍ତୁ ଜିଲ୍ଲା ପ୍ରଶାସନ କରୋନାକୁ ପ୍ରତିରୋଧ କରିବାପାଇଁ ଦିନ ରାତି ଏକ କରିଦେଇଛନ୍ତି । ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଗୃହପାଳିତ ପଶୁ ମାନଙ୍କର ବିଭିନ୍ନ ରୋଗ ଓ ସମସ୍ୟା ମାନ ଦେଖାଦେଉଛି । କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ପଛରେ ପକାଇ ଦିନ ରାତି ଗୃହ ପାଳିତ ପଶୁ ମାନଙ୍କ ସେବାରେ ନିଓଜିତ ଅଛନ୍ତି ଡ଼.ସିଦ୍ଧାର୍ଥ ପାଣିଗ୍ରାହୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ର ପ୍ରାଣୀ ଚିକିତ୍ସା କେନ୍ଦ୍ର । ଆଜକୁ ପ୍ରାୟ ୨ ବର୍ଷ ପୂର୍ବେ ସେଠି କେହିବି ଡାକ୍ତର ନଥିବାରୁ ଲୋକ ମାନେ ନାହିଁନଥିବାର ଅସୁବିଧା ର ସମ୍ମୁଖୀନ ହେଉଥିଲେ । ଠିକ ଏହି ସମୟରେ ଡ଼.ସିଦ୍ଧାର୍ଥ ପାଣିଗ୍ରାହୀ ଡାକ୍ତର ହୋଇ ଭୀଷ୍ମଗିରିକୁ ଆସିଥିଲେ । ଲୋକ ମାନଙ୍କ ଆଶାକୁ କେବେବି ଭାଙ୍ଗିନାହାନ୍ତି ଡ଼.ପାଣିଗ୍ରାହୀ । ନିରୀହ ପଶୁମାନଙ୍କ ଉଚିତ ଚିକିତ୍ସା ଏବଂ ସରକାରଙ୍କ ବିଭିନ୍ନ ଯୋଜନା ମାନ ଲୋକ ମାନଙ୍କୁ ଅବଗତ କରାଉଛନ୍ତି । ଏପରି କାର୍ଯ୍ୟ କରି ଆଜି ସେ ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି । ଏଭଳି ପ୍ରଶଂସା ଶୁଣି ଆଜି ଆମେ କିଛି ଲୋକ ମାନଙ୍କଠୁ ପ୍ରତିକ୍ରିୟା ନେଲୁ । ଏଭଳି ଡାକ୍ତର ପାଇ ଆଜି ଆମେ ଗର୍ବିତ ବୋଲି ଗ୍ରାମ ବାସୀ କହିଛନ୍ତି । ଯେତେ ବେଳେ ଡାକିବ ରାତି କିମ୍ବା ଦିନ ସବୁ ବେଳେ ଉପସ୍ଥିତ ରୁହନ୍ତି । ଏଭଳି ପଶୁ ପ୍ରେମୀ ଏବଂ ଦାୟିତ୍ଵ ବାନ ଡାକ୍ତର ଯଦି ସମସ୍ତେ ହୁଅନ୍ତି ତେବେ ନିରୀହ ପଶୁ ମାନେ ଶାନ୍ତିରେ ଜୀବନ ଯାପନ କରିପାରିବେ ବୋଲି ଗ୍ରାମ ବାସୀ କହିଛନ୍ତି । ସମସ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଡ଼.ସିଦ୍ଧାର୍ଥ ପାଣିଗ୍ରାହୀ । ଆମ ପିପିଟି ନ୍ଯୁଜ୍ ତରଫରୁ ସାରଙ୍କ ଏପରି ଦାୟିତ୍ଵବାନ କାର୍ଯ୍ୟକୁ ସ୍ୱାଗତ ସହିତ ହୃଦୟରୁ ଅଭିନନ୍ଦନ ଜଣାଉଛୁ ।
ରିପୋର୍ଟ – ଆରତ କୁମାର ହୋତା ।
Prev Post
Next Post