କରୋନା ଯୋଦ୍ଧା ଏଏସଆଇଙ୍କ ମୃତ ଦେହକୁ ଅସମ୍ମାନୀତ କରାଯାଇ ନାହିଁ ,ଏସଡିପିଓ ।

0 670

କୋଦଳା୨୬/୦୭(ପିପିଟି) ;ଶନିବାର ଭଞ୍ଜନଗର କୋର୍ଟରେ କାର୍ଯରତ ଏଏସ୍ଆଇ କରୋନା ଯୋଦ୍ଧା ରବୀନ୍ଦ୍ର ନାଥ ବେହେରାଙ୍କ କୋଭିଡ୍ ରେ ମୃତ୍ୟୁ ହୋଇଥିବା ବେଳେ ତାଙ୍କୁ ସ୍ଥାନୀୟ ପ୍ରଶାସନ ଅସମ୍ମାନ କରିଥିବା ନେଇ ବିଭିନ୍ନ ଗଣମାଧ୍ୟମ ତଥା ସୋସାଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ପୁଲିସ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ରେ ମୁହଁ ଖୋଲିଛି ପୁଲିସ । ମୃତଦେହକୁ ଅସମ୍ମାନୀତ କରାଯାଇନି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଏସ୍କର୍ଟ ସହକାରେ ମୃତଦେହକୁ ନିଆଯାଇ ସତ୍କାର କରାଯାଇଛି । କୋଭିଡ୍ ନିୟମ ପ୍ରକାରେ ସମସ୍ତ ପ୍ରକାର କାର୍ଯ୍ୟ ସଂପାଦନ କରାଯାଇଛି । ରାତିରେ ମୃତଦେହ ନିକଟରେ ମୃତକଙ୍କ ସ୍ତ୍ରୀ , ପୁତ୍ର ଓ କୋଦଳା ପୋଲିସ କର୍ମଚାରୀ ଜଗିଥିଲେ । ସକାଳୁ ସକାଳୁ ପୋଲିସ ଓ ପ୍ରଶାସନ ପହଞ୍ଚିଥିଲେ । ଆରକ୍ଷୀ ଅଧିକ୍ଷକ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ମୃତ ଦେହକୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ ପୂର୍ବକ ସତ୍କାର କରାଯାଇଛି । ଆମର ଯଥେଷ୍ଟ ଗୃହରକ୍ଷୀ ଅଛନ୍ତି ଏବଂ ସେମାନେ ଏମିତି ବହୁତ ମୃତ ଶରୀର ଉଠାଇଛନ୍ତି । ଦୁଇ ସାମ୍ବାଦିକ ସହଯୋଗର ହାତ ବଢାଇବାରୁ ତାଙ୍କୁ କୋଦଳା ପୋଲିସ ପିପିଇ କିଟ ପ୍ରଦାନ କରିଥିଲେ । ଦୁଇ ହୋମଗାର୍ଡ ,ଦୁଇ ସାମ୍ବାଦିକ ମୃତକଙ୍କ ପୁତ୍ର ଓ ଜଣେ ସାଧାରଣ ଜନତାଙ୍କ ସହଯୋଗରେ ମୃତଶରୀରକୁ ସତ୍କାର ନିମନ୍ତେ ପଠାଯାଇଛି ବୋଲି କହିବା ସହିତ ତାହାଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସିମା ସ୍ବାଇଁ , କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି , ବେଗୁନିଆପଡା ଫାଣ୍ଡି ଅଧିକାରୀ ଦିପ୍ତୀ ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.